www.samajalive.in
Tuesday, December 9, 2025
16.1 C
Bhubaneswar

ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ଖରାପ ରହିଲେ ବ୍ୟକ୍ତି ଜୀବନରେ ତାର ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଗ୍ରହ କୁହାଯାଇଛି। ସୂର୍ଯ୍ୟଙ୍କ ପ​‌ରେ ଚନ୍ଦ୍ରମାଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମାଙ୍କ ବିନା କୌଣସି ଗଣନା ସମ୍ଭବ ନୁହେଁ। ବ୍ୟକ୍ତିଙ୍କ ମନ ଓ ଭାବନାର ସମ୍ବନ୍ଧ ଚନ୍ଦ୍ରମାଙ୍କ ସହ ରହିଛି। ଯେଉଁ ବ୍ୟକ୍ତିଙ୍କ ଜାତକରେ ଚନ୍ଦ୍ର ନିୟନ୍ତ୍ରିତ ହୋଇ ରହିଥାଆନ୍ତି ତାଙ୍କର ମାନସିକ ସ୍ଥିତ ଅତ୍ୟନ୍ତ ମଜଭୂତ ରହିଥାଏ। ବ୍ୟକ୍ତିଙ୍କୁ ଯେକୌଣସି ନିର୍ଣ୍ଣୟ ନେବାକୁ ସହଜ ହୋଇଥାଏ। ଏହାଦ୍ବାରା ଭଗବାନ ଶିବ ଓ ଚନ୍ଦ୍ରଙ୍କ ମଧ୍ୟରେ ସମ୍ପର୍କ ଦୃଢ ରହିଥାଏ। କୁହାଯାଇଛି ଯେ, ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ ହୋଇଥାଏ। ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ ରହିବା ଦ୍ବାରା ଜୀବନରେ ଅନେକ ଅସୁବିଧା ଦେଖା ଦେଇଥାଏ।

ଆସନ୍ତୁ ଜାଣିବା ସେହି ଅସୁବିଧା ସମ୍ପର୍କରେ..

- Advertisement -

କେମଦ୍ରୁମ ଯୋଗ : କେମଦ୍ରୁମ ଯୋଗ ଜାତକରେ ରହିବା ଏକ ବିଶେଷ ଯୋଗ ଅଟେ। ଚନ୍ଦ୍ରମାଙ୍କ ସ୍ଥିତି ଜାତକରେ ଖରାପ ରହିବା ଯୋଗୁଁ ଏହି ଯୋଗ ଉତ୍ପନ୍ନ ହୋଇଥାଏ। ଏପରି ସ୍ଥିତିରେ ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଏହି ଯୋଗର ପ୍ରଭାବରେ ବ୍ୟକ୍ତି ଯେକୌଣସି ମାନସିକ ରୋଗର ଶିକାର ହୋଇଥାଆନ୍ତି।

ଗ୍ରହଣ ଯୋଗ : ଜାତକରେ ଚନ୍ଦ୍ରମା ଓ ରାହୁଙ୍କ ଯୋଗରୁ ଗ୍ରହଣ ଯୋଗ ହୋଇଥାଏ। ଏହି ଦଶା ବ୍ୟକ୍ତିଙ୍କ ମନର ସମସ୍ୟା ସହ ଜଡିତ। ଏହି ଯୋଗ ରହିଥିଲେ ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରକାରର କଳ୍ପନା କରି ଚିନ୍ତିତ ରହିଥାଆନ୍ତି। ଏହି ଯୋଗ ଦ୍ବାରା ଅନ୍ୟମାନଙ୍କ ସହ ସମ୍ପର୍କ ଖରାପ ହୋଇଯାଏ। ବ୍ୟକ୍ତି ନିଜକୁ ଏକୁଟିଆ ମନେ କରିଥାଆନ୍ତି।

ଚନ୍ଦ୍ରମା ନୀଚ୍ଚ ରହିଥିଲେ : ଜାତକରେ ଚନ୍ଦ୍ରମା ନୀଚ୍ଚ ସ୍ଥାନରେ ରହିଲେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଏହାସହ ମନର ଅବସ୍ଥା ଦୁର୍ବଳ ହୋଇଯାଏ। ବ୍ୟକ୍ତି ଅନେକ ଚିନ୍ତାଗ୍ରସ୍ତ ରହିଥାଆନ୍ତି। ଅନ୍ୟର ଛୋଟ ଛୋଟ କଥା ବ୍ୟକ୍ତିଙ୍କୁ ଆଘାତ ପହଞ୍ଚାଇ ଥାଏ। ନିଜ ମା’ଙ୍କ ସହ ସମ୍ପର୍କ ଖରାପ ହୋଇଥାଏ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories