www.samajalive.in
Saturday, December 6, 2025
26.1 C
Bhubaneswar

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ମନୋବଳ ଦୃଢ, ପ୍ରଥମଥର ଫାଇନାଲରେ ପ୍ରବେଶ ପାଇଁ ରହିଛି ଲକ୍ଷ୍ୟ

କଟକ: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)-୧୦ର ଓଡ଼ିଶା ଏଫ୍‌ସି ଓ ମୋହନ ବାଗାନ ସୁପର ଜାଏଣ୍ଟ୍‌ସ ମଧ୍ୟରେ ୨ୟ ଚରଣ ସେମିଫାଇନାଲ ରବିବାର କଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଖେଳାଯିବ। ୨୩ରେ ଦୁଇ ଦଳ ମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ପ୍ରଥମ ଚରଣ ସେମିଫାଇନାଲରେ ଘରୋଇ ଓଡ଼ିଶା ଏଫ୍‌ସି ୨-୧ ଗୋଲରେ ବିଜୟୀ ହୋଇଥିଲା।

ଆଇଏସ୍‌ଏଲ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶା ଏଫ୍‌ସି -ମୋହନବାଗାନକୁ ପରାସ୍ତ କରିବାରେ ସଫଳ ହୋଇଥିଲା। ଇତିହାସ ରଚିବା ସହ ପ୍ରଥମ ଥର ଫାଇନାଲରେ ପହଞ୍ଚିବା ନେଇ ଓଡ଼ିଶା ଏଫ୍‌ସି ଆଉ ମାତ୍ର ପାଦେ ଦୂରରେ ରହିଛି। ଲିଗ୍‌ ପର୍ଯ୍ୟାୟରେ ଟେବୁଲ ଟପ୍ପର ହୋଇଥିବା ମୋହନବାଗାନ୍ ବିପକ୍ଷରେ ଓଡ଼ିଶା ଏଫ୍‌ସି ଦ୍ବିତୀୟ ଚରଣ ମ୍ୟାଚକୁ ଯଦି ଅତି କମ୍‌ରେ ଅମୀମାଂଶିତ ରଖିପାରିଲା ତେବେ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଅନ୍ୟପକ୍ଷରେ ଘରୋଇ ଦଳ ମୋହନା ବାଗାନ୍‌ ମ୍ୟାଚକୁ ବଡ଼ ବ୍ୟବଧାନରେ ଜିତିବାକୁ ନିଶ୍ଚିତ ଉଦ୍ୟମ କରିବ।

- Advertisement -

ଓଡ଼ିଶା ଏଫ୍‌ସି ମୁଖ୍ୟ ପ୍ରଶିକ୍ଷକ ସର୍ଗିଓ ଲୋବେରା କହିଛନ୍ତି ଯେ, ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ମନୋବଳ ଦୃଢ ହୋଇଛି। ମୋହନବାଗାନ୍‌ ସହିତ ଦ୍ବିତୀୟ ଚରଣ ସେମିଫାଇନାଲରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଲୋବେରା କହିଛନ୍ତି। ମୋହନବାଗାନ୍‌ ବହୁତ ଭଲ ଦଳ। ଆମକୁ ସତର୍କତାର ସହିତ ଖେଳିବାକୁ ପଡ଼ିବ। କାର୍ଲୋସ ଡେଲଗାର୍ଡୋ ଶେଷ ମ୍ୟାଚରେ ନାଲି କାର୍ଡ ପାଇଥିବାରୁ ରବିବାର ମ୍ୟାଚ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ। କିନ୍ତୁ ଆମ ନିକଟରେ ବିକଳ୍ପ ଖେଳାଳି ରହିଛନ୍ତି । ମ୍ୟାଚକୁ ଆମେ ଅତି କମ୍‌ରେ ଡ୍ର ରଖିପାରିଲେ ଫାଇନାଲରେ ପହଞ୍ଚିବୁ ବୋଲି ଲୋବେରା କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories