www.samajalive.in
Sunday, December 7, 2025
26.1 C
Bhubaneswar

ପାନୀୟ ଜଳ ସଙ୍କଟ : ପାଇପ୍ ଲାଇନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି କଲେ ଗ୍ରାମବାସୀ

ଲୋଇସିଂହା : ବଲାଙ୍ଗୀର ମନହୀରା ଗ୍ରାମ ପଞ୍ଚାୟତର ଭଏଁଷା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିବାରୁ ଗ୍ରାମବାସୀ ପାଇପ୍ ଲାଇନ୍ ପ୍ରକଳ୍ପର କାର୍ଯ୍ୟକ୍ଷମ ଦାବିକରିଛନ୍ତି। ଯୋଗାଣ ପାଇଁ ପାଇପ୍ ଳାଇନ ବ୍ୟବସ୍ଥା ହୋଇଥିଲେ ହେଁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣା ପଡିଛି।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଜନ ସଂଖ୍ୟା ପ୍ରାୟ ୬୦୦ ରହିଥିବା ବେଳେ ଗ୍ରାମରେ ୮ ଟି ନଳକୂପ ରହିଛି। ସେଥିରୁ ପ୍ରାୟ ୩/୪ ଟି ଅଚଳ ରହିଥିବା ବେଳେ ଅନ୍ୟ ଗୁଡିକରୁ ମଧ୍ୟ ଆବଶ୍ୟକ ଅନୁସାରେ ପାଣି ମିଳିପାରୁ ନାହିଁ। ବିଶେଷ କରି ଖରା ଦିନରେ ଗ୍ରାମରେ ପାନୀୟ ଜଳ ସଙ୍କଟ ତୀବ୍ର ହୋଇଥାଏ। ଏହାକୁ ଆଖି ଆଗରେ ରଖି ମନହୀରା ଗ୍ରାମ ନିକଟସ୍ଥ କୁଶଙ୍ଗାଇ ନାଳରୁ ପାଇପ୍ ଳାଇନ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମରେ ପାଇପ ପୋତା ହେବା ସହ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟ ନିର୍ମାଣ ହୋଇ ପଡି ରହିଛି। ମାତ୍ର ଉକ୍ତ ପାଇପ୍ ଲାଇନରେ କେବଳ ମନହୀରା ଗ୍ରାମକୁ ପାଣି ଯୋଗାଇ ଦିଆଯାଉଥିବା ବେଳେ ଭଏଁଷା ଗ୍ରାମକୁ ପାଣି ସଂଯୋଗ ଦିଆଯାଇ ନାହିଁ। ଫଳରେ ଗ୍ରୀଷ୍ମ ଋତୁରେ ଗ୍ରାମରେ ଜଳ ସଙ୍କଟ ତୀବ୍ର ରୂପ ନେଇ ଥିବାରୁ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତଥା ଅଞ୍ଚଳର ରାଜନେତା ମାନେ ଧ୍ୟାନ ଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories