www.samajalive.in
Tuesday, December 9, 2025
16.1 C
Bhubaneswar

ଜଳ ହିଁ ଜୀବନ – ଜଳର ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ବିଶ୍ୱ ଜଳ ସମ୍ମିଳନୀ

ପୁରୀ- ପୁରୀରେ ଦୁଇଦିନିଆ ବିଶ୍ୱ ଜଳ ସମ୍ମିଳନୀ ଆଜିଠୁ ଅନୁଷ୍ଠିତ ହୋଇଛି । ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି।

ଦେଶର ଜଳ ସମସ୍ୟା ସମ୍ପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଛି। ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ପିଡବ୍ଲ୍ୟୁସିଡିଏଫ୍‌ ପକ୍ଷରୁ ମିଳିତ ଭାବେ ଜଳ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସହ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସମାଜର ସମ୍ପାଦକ ନିରଞ୍ଜନ ରଥ,ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀପକ ମାଲବ୍ୟ, କାର୍ଯ୍ୟକାରିଣୀ ସଦସ୍ୟ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଏବଂ ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା କୁମାର ଜେନା, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାଦକ ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଜଳ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଓଡ଼ିଶାର ଜଳ ସମସ୍ୟା ଏବଂ ବିଭିନ୍ନ ନଦୀର ସ୍ଥିତି ସମ୍ପର୍କରେ ସେଥିରେ ଆଲୋଚନା କରାଯାଇଛି । ଏହା ପୂର୍ବରୁ ମହାନଦୀର ଜଳ ବିବାଦ ସମ୍ପର୍କରେ ମଧ୍ୟ ବିଶଦ୍‌ ଭାବରେ ଆଲୋଚନା କରାଯାଇ ଏ ନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । । ଏହା ପୂର୍ବରୁ ଶ୍ରୀ ସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ମହାନଦୀ ଜନଆୟୋଗ ଗଠନ କରାଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories