ଘଣ୍ଟା ପାଇଁ ସଠିକ୍‍ ଜାଗା

0

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁର ଶୁଭ-ଅଶୁଭ ଫଳ ରହିଛି । ସେହିପରି ଘଣ୍ଟାର ମଧ୍ୟ ଶୁଭାଶୁଭ ଫଳ ଅଛି । ସମୟ ନିର୍ଦେଶ କରୁଥିବା ଘଣ୍ଟା ମଣିଷ ପାଇଁ ଭଲ ଏବଂ ଖରାପ ସମୟ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜାଣନ୍ତୁ, କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇବେ-

ଘରର ଦକ୍ଷିଣ ଦିଗ ସ୍ଥିରତାର ଦିଗ ହୋଇଥିବାରୁ ଏହି ଦିଗରେ ଘଣ୍ଟା ଲଗାଇଲେ କାର୍ୟ୍ୟର ଗତିରୋଧ ହୋଇପାରେ । ଘଣ୍ଟାର ଏହି ସ୍ଥିତି ସୁବର୍ଣ୍ଣ ସୁଯୋଗ ପରି ଅବସରଗୁଡିକୁ ମନ୍ଥର କରିଦିଏ ।

ପୁଣି ଏହା ଘର ମୁଖିଆଙ୍କର ଦିଗ ହୋଇଥିବାରୁ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇଲେ ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ଏଠାରେ ନକାରାତ୍ମକ ଶକ୍ତି ଥିବାରୁ ଏହି ଦିଗରେ ଘଣ୍ଟା ଲଗାଇଲେ ମଣିଷର ଦୃଷ୍ଟି ବାରମ୍ବାର ଦକ୍ଷିଣ ଦିଗକୁ ଆକର୍ଷିତ ହୁଏ ଏବଂ ସେ ସେତେଥର ନକାରାତ୍ମକ ଶକ୍ତି ପାଇଥାଏ।

prayash

ଘରର ମୁଖ୍ୟ ଦ୍ୱାର ଉପରେ ଘଣ୍ଟା ଲଗାଇଲେ ବି ଟେନ୍‍ସନ ବଢେ। କାରଣ, ଯା’ଆସ କରିବା ସମୟରେ ଆଖପାଖର ଶକ୍ତି ପ୍ରଭାବିତ ହୋଇଥାନ୍ତି।

ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ନଚେତ ଉତ୍ତର ଦିଗରେ ଲଗାନ୍ତୁ। ଏ ସମସ୍ତ ଦିଗ ସକାରାତ୍ମକ ଶକ୍ତି ବୃଦ୍ଧି କରେ।

ଘରେ ବନ୍ଦ ହୋଇଥିବା ଘଣ୍ଟା ରଖନ୍ତୁ ନାହିଁ। ଏଥିସହିତ ସମସ୍ତ ଘଣ୍ଟା ଯେପରି ସଠିକ୍‍ ସମୟ ଦର୍ଶାଉଥିବ। ଘଣ୍ଟା ପଛୁଆ ଚାଲିବା ଶୁଭଙ୍କର ନୁହେଁ।

Leave A Reply