ଭୁବନେଶ୍ଵର: ରାଜଧାନୀରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ବୁଧବାରଠାରୁ ଆରମ୍ଭ ହୋଇଛି। ଏହି ମହା ସମାରୋହକୁ ଜନତା ମୈଦାନରେ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳ ୧୦ଟାରୁ ସାଢେ ୧୧ଟା ଯାଏଁ ପ୍ରଧାନମନ୍ତ୍ରୀ ଜନତା ମୈଦାନରେ ରହିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିକଶିତ ଭାରତ ୨୦୪୭ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ମାନଙ୍କ ସହ ଆଲୋଚନା କରିବେ। ଏହାସହ ବିଭିନ୍ନ ପେନାରୀସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷ ମାନେପ୍ରବାସୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି। ବୁଧବାର ପ୍ରଥମ ଦିନରେ ଯୁବ ପ୍ରବାସୀ ଦିବସର ଶୁଭାରମ୍ଭ କରିଥିଲେ ଏସ୍ ଜୟଶଙ୍କର , ମନସୁଖ୍ ମାଣ୍ଡଭୀୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାଗତ ଭାଷଣରେ ଭାରତ ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢାଇବା କୁ ଆହ୍ବାନ ଦେଇଥିଲେ ମାଣ୍ଡଭୀୟ।
Popular Categories



