କାଳ ହେଲା ୱାନି ସହ ଫଟୋ

0

ଶ୍ରୀନଗର : ବୁରହାନ୍‌ ୱାନୀଙ୍କ ସହ ଫଟୋ ଉଠାଇ ସାମାଜିକ ଗରମାଧ୍ୟମରେ ଭାଇରାଲ କରିବା କାଳ ହୋଇଛି। ଫଟୋରେ ଯେଉଁମାନେ ଅଛନ୍ତି, ସମସ୍ତଙ୍କୁ ସୁରକ୍ଷା କର୍ମୀ ଜଣ ଜଣ କରି ହତ୍ୟା କରୁଛନ୍ତି। ରବିବାର ସୋଫିଆନ୍‌ ଗୁଳି ବିନିମୟବେଳେ ସୁରକ୍ଷା କର୍ମୀଙ୍କ ଶିକାର ହୋଇଥିବା ହିଜ୍‌ବୁଲ କମାଣ୍ଡର ସଦ୍ଦାମ ପୋଦ୍ଦାର ହେଉଛି ୱାନି ଗୋଷ୍ଠୀର ଜଣେ ସଦସ୍ୟ। ୨୦୧୬ରେ ୱାନିକୁ ହତ୍ୟା କରାଯିବା ପରଠାରୁ ଇତିମଧ୍ୟରେ ଫଟୋରେ ଥିବା ତା’ ଗୋଷ୍ଠୀର ସମସ୍ତ ୧୧ଜଣଙ୍କୁ ହତ୍ୟା କରାଗଲାଣି ବା ଧରାଗଲାଣି। ପୁଲିସ ସୂଚନାନୁଯାୟୀ, ୧୧ଜଣଙ୍କ ମଧ୍ୟରୁ ୧୦ଜଣଙ୍କୁ ନିପାତ କରାଯାଇଥିବାବେଳେ ଜଣେ ଏବେ ଜେଲ୍‌ରେ ରହିଛି। ନିପାତ ହୋଇଥିବା ୱାନୀର ସହଯୋଗୀ ଆତଙ୍କବାଦୀମାନେ ହେଉଛନ୍ତି ଆଦିଲ ଖାଣ୍ଡେ, ନିଶାର ପଣ୍ଡିତ, ଅଫାକ୍‌ ଭଟ୍ଟ, ସବଜର ଭଟ୍ଟ, ଆନିସ, ଇସ୍‌ଫାକ୍‌ ଦର, ୱାସିମ ମାଲ୍ଲା, ୱାସିମ ଶାହା ଓ ସଦ୍ୟତମ ହେଉଛି ସଦ୍ଦାମ। କେବଳ ତାରିକ ପଣ୍ଡିତ ଏବେ ଜେଲ୍‌ରେ ଅଛି। ସଦ୍ଦାମ ଗତ ୪ବର୍ଷ ହେଲା ଆତଙ୍କବାଦରେ ଲିପ୍ତ ଥିଲା।

Leave A Reply