www.samajalive.in
Monday, December 15, 2025
24.1 C
Bhubaneswar

ଭିସୁଟ୍‌ ଛାତ୍ରୀ ମୃତ୍ୟୁ ମାମଲା: ଅଭିଯୁକ୍ତକୁ ଜାମିନ

କଟକ : ସମ୍ବଲପୁର ବୁର୍ଲାସ୍ଥିତ ଭିସୁଟ୍ ଛାତ୍ରୀ ଚିନ୍ନୟୀ ପ୍ରିୟଦର୍ଶିନୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଗିରଫ ହୋଇଥିବା ପ୍ରୀତିମାନ ଦେଙ୍କୁ ଅଦାଲତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ବେଲ ବଣ୍ଡ ଓ ଦୁଇ ଜଣ ଜାମିନଦାର, ନିମ୍ନ ଅଦାଲତଙ୍କ ବିନା ଅନୁମତିରେ ଆବେଦନକାରୀ ଦେଶ ବାହାରକୁ ଯାଇ ପାରିବେ ନାହିଁ, ଯଦି ପାସ୍‌ପୋର୍ଟ ଥିବ ତାହା ଦାଖଲ କରିବେ ଏବଂ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଛନ୍ତି।
ବିଚାରପତି ଗୌରୀଶଙ୍କର ଶତପଥୀ ଜାମିନ ଆବେଦନର ଶୁଣାଣି କରି ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ପ୍ରକାଶ ଯେ, ୨୦୨୩ ଫେବୃଆରୀ ୨୮ରେ ଚିନ୍ମୟୀ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। ରାତିରେ ସେ ଭୁବନେଶ୍ବର ଯିବା ପାଇଁ ଟିକଟ୍ ମଧ୍ୟ କରିଥିଲେ; ହେଲେ ଚିନ୍ନୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ।
ବୁର୍ଲା ଥାନାରେ ମାମଲା ରୁଜୁ ହୋଇଥିଲା। ପୁଲିସ ୨୦୨୫ ମାର୍ଚ୍ଚ ୩୧ରେ ପ୍ରୀତିମାନଙ୍କୁ ଗିରଫ କରିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories