ପାଲା ସଂସ୍କୃତି ସୁରକ୍ଷା ପାଇଁ ପ୍ରତିବର୍ଷ ପାଲା ପ୍ରତିଯୋଗିତା ଆୟୋଜନ କରିବ ଗଡ଼େଶ୍ବରହାଟ ବଣିକ ସଂଘ

ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଆୟୋଜିତ ବାଦି ପାଲା ଉଦଯାପିତ

ଭୁବନେଶ୍ୱର : ଭିଏସଏସ ନଗର ସ୍ଥିତ ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଗଣେଶ ପୂଜା ଉପଲକ୍ଷେ ଆୟୋଜିତ ୭ ଦିନିଆ ବାଦିପାଲା ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଓ ୧୧ ୱାର୍ଡ କର୍ପୋରେଟର ପ୍ରଭାସିନୀ ମହାନ୍ତି ଯୋଗଦେଇଥିଲେ।

ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟ ଅତିଥି ଓ ବରିଷ୍ଠ ଅଧ୍ୟାପକ ଶଶାଙ୍କ ଶେଖର ଚୁଡ଼ାମଣୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବଣିକ ସଂଘ ସଭାପତି ଲକ୍ଷ୍ମଣ କୁମାର ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନସହ ସ୍ୱାଗତ ଭାଷଣ ଦେଇଥିଲେ।

prayash

ଓଡ଼ିଶାର ପାଲା ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ ଏଠାରେ ପ୍ରତିବର୍ଷ ସୁନାମଧନ୍ୟ ଗାୟକମାନଙ୍କ ଦ୍ୱାରା ବାଦିପାଲା ପରିବେଷଣ କରାଯାଉଛି। ପାଲା ସଂସ୍କୃତିର ସୁରକ୍ଷା ପାଇଁ ପ୍ରତିବର୍ଷ ସଂଘ ପକ୍ଷରୁ ଏଠାରେ ପାଲା ପ୍ରତିଯୋଗିତା କରିବାକୁ ମୁଖ୍ୟ ଅତିଥି ପ୍ରଦ୍ୟୁମ୍ନ ଶତପଥି ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ଚୁଡ଼ାମଣି ଓଡ଼ିଶାର ମହାନ୍ ପାଲା ସଂସ୍କୃତି ବିଶ୍ୱବିଦିତ ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ ଗାୟକତତ୍ତ୍ବ ବିଭୂଷଣ ଶୁବଳ ଚରଣ ମହାପାତ୍ରଙ୍କୁ ‘କଳିଙ୍ଗଶ୍ରୀ’ ଓ ଗାୟକ ବେଦ ବାଚସ୍ପତି ବିଚିତ୍ରା ନନ୍ଦପଣ୍ଡାଙ୍କୁ ‘ଉତ୍କଳଶ୍ରୀ’ ଉପାଧିରେ ଭୂଷିତ କରାଯାଇ ମାନପତ୍ର ପଗଡି଼, ଉପଢୌକନ ପ୍ରଦାନ କରାଯାଇଥିଲା। ସେହିପରି ସମସ୍ତ ଗାୟୟକ ଓ ପାଳିଆମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉଲ୍ଲେଖନୀୟ ସମାଜସେବା ପାଇଁ ସୁଧାକର ଦାଶ, ବଳରାମ ସାହୁଙ୍କୁ ଗଡ଼େଶ୍ୱର ସେବା ସମ୍ମାନ ଓ ସଂଗୀତକାର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗାୟକ କଳ୍ପବଟ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଯୁବ ସାମ୍ବାଦିକ ରାଜୀବ ନୟନ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ସମ୍ପାଦକ ମନୋରଞ୍ଜନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସଂଘର କର୍ମକର୍ତ୍ତା ପ୍ରମୋଦ କୁମାର ସାହୁ, ମୃତ୍ୟୁଞ୍ଜୟ ମାଣିକ, ଦୀପକ ବାରିକ, ଉତ୍ତମ ମହାନ୍ତି, ଗୋଲକ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.