www.samajalive.in
Friday, December 12, 2025
15.1 C
Bhubaneswar

ଆଜିଠାରୁ ରାହୁଲଙ୍କ ‘ଭୋଟ ଅଧିକାର ଯାତ୍ରା’

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲିଠାରୁ ବିହାରରେ ‘ଭୋଟ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ବିହାର ପାଇଁ ନିର୍ବାଚନ କମିସନ (ଇସି)ଙ୍କ ଦ୍ବାରା ନିକଟରେ କରାଯାଇଥିବା ଭୋଟର ତାଲିକା ସମୀକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଆସୁଛନ୍ତି। ସୂଚନାଯୋଗ୍ୟ ବିହାରର ୬୫ ଲକ୍ଷ ଭୋଟର ଏହି ତାଲିକାରୁ ବାଦ ପଡିଛନ୍ତି। ଏହି ତାଲିକା ଚୂଡାନ୍ତ ନୁହେଁ ବୋଲି ଇସି ଦାବି କରୁଥିବାବେଳେ କଂଗ୍ରେସ କିନ୍ତୁ ଏହାକୁ ନେଇ ବିତର୍କ ସୃଷ୍ଟି କରିଚାଲିଛି। ଚଳିତବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କଂଗ୍ରେସ ଏହି ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବ ବୋଲି ଅନୁମାନ କରାଯାଉଛି। ଏହି ଯାତ୍ରା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories