www.samajalive.in
Saturday, December 13, 2025
21.1 C
Bhubaneswar

ଅସହ୍ୟ ହେଲା ଝିଅର କାନ୍ଦଣା: ଜନ୍ମଦିନରେ ୨ ବର୍ଷର ଝିଅକୁ ହତ୍ୟା, ମାଆ ଗିରଫ

ଇନ୍ଦୋର: କୌଣସି କାରଣରୁ ପିଲାମାନେ କାନ୍ଦିବା ଏକ ସ୍ବାଭାବିକ ଘଟଣା। ତେବେ ଇନ୍ଦୋରର ଜଣେ ମହିଳା ନିଜର କୁନି ଝିଅର କାନ୍ଦକୁ ନେଇ ଏତେ ରାଗି ଯାଇଥିଲେ ଯେ ସମସ୍ତ ହିତାହିତ ଜ୍ଞାନ ଭୁଲିଯାଇ ୨ ବର୍ଷର ଶିଶୁକନ୍ୟାକୁ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି। ଏପରି କି କୁନି ଝିଅର ଜନ୍ମିଦନରେ ତାକୁ ହତ୍ୟା କରାଯାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଶୁକ୍ରବାର ଏହି ଝିଅର ଜନ୍ମିଦନ ଥିଲା। କୌଣସି କାରଣରୁ ଝିଅଟି କାନ୍ଦିବା ଆରମ୍ଭ କରିଥିଲା। ମାଆ ତାକୁ ଶାନ୍ତ କରାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସେ ଚୁପ୍‌ ହୋଇନଥିଲା। ବେଳକୁ ବେଳ କାନ୍ଦଣା ଜୋର ଧରିବାରୁ ମହିଳାଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା। କ୍ରୋଧାନ୍ବିତ ଅବସ୍ଥାରେ ସେ ଏକ ବାଡିରେ ଝିଅର ମୁଣ୍ଡକୁ ଜୋରରେ ପିଟିଦେଇଥିଲେ। ଏଥିରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଝିଅର ବାପା ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅର ମୃତଦେହ ଦେଖି ବିସ୍ମିତ ହୋଇପଡିଥିଲେ। ସେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା ଦାଏର କରିଥିଲେ। ପୁଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories