www.samajalive.in
Tuesday, December 9, 2025
15.1 C
Bhubaneswar

ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ସଂଘର୍ଷ: ୩ ଆହତ

ସମ୍ବଲପୁର: ବୁର୍ଲା ଭିମସାରରେ ସଂଘର୍ଷ । ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ଏହି ଘଟଣାକୁ ନେଇ ହାଉସ୍ ସର୍ଜନ ମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ପ୍ରତିବାଦରେ ହାଉସ୍ ସର୍ଜନ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି। ଭିମସାର ନିର୍ଦେଶକ, ବୁର୍ଲା ଥାନା ଆଇଆଇସି, ଏସଡିପିଓ ପ୍ରମୂଖ ଛାତ୍ର ମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ। କିନ୍ତୁ କିଛି ସମାଧାନର ବାଟ ବାହାରିପାରିନି। ଭିମସାର ପରିସରରେ ୟୁଜି ଛାତ୍ର ମାନଙ୍କର ବାର୍ଷିକ ଉତ୍ସବ ଚାଲିଥିବାବେଳେ ରବିବାର ବିଳମ୍ବିତ ରାତିରେ ପିଜି ଛାତ୍ର,  ହାଉସ୍ ସର୍ଜନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ପିଜି ଛାତ୍ରମାନେ ଆକ୍ରମଣ କରିଥିବା ନେଇ ଆକ୍ରମଣର ଶିକାର ହୋଇଥିବା ପୂର୍ବତନ ୟୁଜି ଛାତ୍ର ସଂଘ ସଭାପତି କହିଛନ୍ତି। ତେବେ ଏ ନେଇ ପିଜି ଛାତ୍ର ସଂଘ ଏବଂ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories