www.samajalive.in
Monday, December 15, 2025
24.1 C
Bhubaneswar

ଭୀମ୍‌ସାର ଛାତରୁ ଡେଇଁ ଯୁବକ ଗୁରୁତର

ସମ୍ବଲପୁର: ପ୍ରଥମେ ନିଜ ବେକ କାଟିଥିଲେ ପରେ ପୁଣି ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ବୁର୍ଲା ଭୀମସାର୍ ରେ। ଭୀମ୍‌ସାର ଛାତରୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଯୁବକ ଜଣକ ବିଜେପୁର ଭାଟିଗାଓଁ ର ବୋଲି ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ଗତକାଲି ଯୁବକ ଜଣକ କୌଣସି କାରଣରୁ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଆଜି ସକାଳୁ ତାଙ୍କୁ ଭୀମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ତାଙ୍କୁ ଇଏନ୍‌ଟିରେ ଭର୍ତ୍ତି କରାଯାଇଥିଲା। ପରେ ସର୍ଜରୀ ଓ୍ବାର୍ଡ କୁ ପଠାଯାଇଥିଲା। ହେଲେ ଏକାକୀର ସୁଯୋଗ ନେଇ ସେ ମେଡିକାଲର ପ୍ରଥମ ମହଲାରୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories