www.samajalive.in
Saturday, December 6, 2025
23.1 C
Bhubaneswar

ଦାଦାଙ୍କ ଶୁଦ୍ଧିକ୍ରିୟାରେ ଚାଲିଗଲା ପୁତୁରା ଜୀବନ

ଆଳି : କେନ୍ଦ୍ରାପଡା ଆଳି ଥାନା ସାନମଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି। ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରୀୟାକୁ ଯାଇ ପୋଖରୀରେ ବୁଡି ୧୧ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଶିଶୁ ଗାଁର ରବି ନାରାୟଣ ଜେନାଙ୍କ ପୁଅ ଆୟୁଷ୍ମାନ୍ କୁମାର ଜେନା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆୟୁଷ୍ମାନ୍ ନିଜ ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରୀୟାକୁ ଯାଇଥିଲା। ଶୁଦ୍ଧି ହୋଇ ସାରି ଗାଁ ପୋଖରୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲା। ପରେ ଗାଁଲୋକେ ଖବର ପାଇ ବହୁ ଖୋଜାଖୋଜି କରିଥିଲେ। ପୋଖରୀରୁ ଶିଶୁଟିକୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories