ଆମରି ରାଜ୍ୟର ଏହି ସ୍ଥାନରେ ଅଧିକାରୀ ଦେଲେ ଭୁଲ ରିପୋର୍ଟ- ଶୌଚ ସ୍ଥାନର ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ, ନଳକୂପ ଅଚଳ
ରେଙ୍ଗାଲି- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଫଟାଟାଙ୍ଗର ଗ୍ରାମରେ ଲୋକ ପିଉଛନ୍ତି ଦୂଷିତ ଜଳ। ସୀ ଗାଁ ପାଖରେ ଥିବା ନାଳ ର ପାଣି ରେ ସ୍ନାନ ଶୌଚ, ରୋଷେଇ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ବାଧ୍ୟହେଉଛନ୍ତି । ଗ୍ରାମ ରେ ଥିବା ଦୁଇଟି ଯାକ ନଳକୂପ ବର୍ଷାଧିକ କାଳ ହେଲା ଅଚଳ ହୋଇପଡିଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଫଟାଟାଙ୍ଗର ଗ୍ରାମ ରେ ଥିବା ଦୁଇଟି ଯାକ ନଳକୂପ ଠିକ୍ ଭାବରେ ଚାଲୁଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ରିପୋର୍ଟ ଦେଇଛନ୍ତି । କନିଷ୍ଠ ଯନ୍ତ୍ରୀ ଫଟାଟାଙ୍ଗର ଗ୍ରାମକୁ ନଆସି ଅଫିସ ରେ ବସି ଅଚଳ ନଳକୂପ ଠିକ୍ ଭାବରେ ଚାଲିଛି ବୋଲି ରିପୋର୍ଟ ଦେଇଛନ୍ତି ବୋଲି ଗ୍ରାମବାସୀ ଓ ମହିଲା ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି। ସଙ୍ଗଠନ ର କର୍ମକର୍ତ୍ତା ଫଟାଟାଙ୍ଗର ଗ୍ରାମ ପରିଦର୍ଶନ କରିଥିବା ବେଳେ କେବେଠୁ ନଳକୂପ ଅଚଳ ଅଛି ପାଣି ବାହାରୁ ନାହିଁ ବୋଲି କହିଥିଲେ ଏବଂ ହ୍ୟାଣ୍ଡଲ୍ ମାରି ପାଣି ବାହାରୁ ନଥିବାର ପ୍ରମାଣ ଦେଖାଇଥିଲେ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ କିଭଲି ଖାମଖିଆଲି କାମ କରୁଥିବା ଅଭିଯୋଗ ହୋଇଛି । ଉପରିସ୍ଥ ଅଧିକାରୀ ଙ୍କୁ ଭୁଲ୍ ତଥ୍ୟ ଦେଇ ଭ୍ରମିତ କରୁଛନ୍ତି ତହିଁର ଏହା ଏକ ଜ୍ବଳନ୍ତ ଉଦାହରଣ । ମୁଖ୍ୟମନ୍ତ୍ରୀ ଗାଁକୁ ଚାଲ ସ୍ଳୋଗାନ୍ ଦେଇ ପ୍ରଶାସନିକ ଅଧିକାରୀଙ୍କୁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ର ଲୋକମାନଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିଡମ୍ବନାର ବିଷୟ କେତେକ ଅଧିକାରୀ ଘରେ ଓ ଅଫିସରେ ବସି ସବୁ ଠିକ୍ ଚାଲିଛି ବୋଲି ରିପୋର୍ଟ ଦେଉଛନ୍ତି। ଗୋଟିଏ ପଟେ ଫଟାଟାଙ୍ଗର ଗାଁ ର ଦୁଇଟି ଯାକ ନଳକୂପ ଅଚଳ ଥିବା ବେଳେ ଟ୍ୟାଙ୍କର ଯୋଗେ ଏହି ଗାଁକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ଗତ ୧୫ ତାରିଖ ରୁ ବନ୍ଦ କରିଦିଆଯାଇଛି । ଫଳ ରେ ଗ୍ରାମବାସୀ ନାଳ ରେ ପ୍ରବାହିତ ହେଉଥିବା ଦୁଷିତ ପାଣି ଏବଂ ନାଳ ପାଖରେ ଚୂଆଁ ଖୋଲି ରୋଷେଇ, ସ୍ନାନ ଶୌଚାଦି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି।
ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଭୁଲ୍ ତଥ୍ୟ ଦେଇଥିବା କନିଷ୍ଠ ଯନ୍ତ୍ରୀ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପାନୀୟ ଜଳ ସମସ୍ୟାର ସ୍ଥାୟୀ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ପକ୍ଷରୁ ଦାବୀ କରାଯାଇଛି।
Comments are closed.