www.samajalive.in
Monday, December 15, 2025
24.1 C
Bhubaneswar

ନେପାଳ ଗସ୍ତରେ ବିଦେଶ ସଚିବ ମିସ୍ରି

କାଠମାଣ୍ଡୁ : ଭାରତର ବିଦେଶ ସଚିବ ବିକ୍ରମ ମିସ୍ରି ଦୁଇ ଦିନିଆ ନେପାଳ ଗସ୍ତରେ ଯାଇ ରବିବାର କାଠମାଣ୍ଡୁରେ ପହଞ୍ଚିଛନ୍ତି। ନେପାଳ ବିଦେଶ ସଚିବ ଏବଂ କାଠମାଣ୍ଡୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତାଙ୍କୁ ତ୍ରିଭୁବନ ବିମାନ ବନ୍ଦରରେ ସ୍ବାଗତ ଜଣାଇଥିଲେ। ନେପାଳରେ ପହଞ୍ଚିବା ପରେ ମିସ୍ରି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଭେଟିଛନ୍ତି। ପରବର୍ତ୍ତୀ ସମୟରେ ସେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳୀ କଂଗ୍ରେସ ସଭାପତି ଶେରବାହାଦୂର ଥାପ୍ପା, ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ନେପାଳରେ ବାମପନ୍ଥୀ ସରକାର କ୍ଷମତାକୁ ଆସିଥିବାବେଳେ ବିଗତ କିଛି ବର୍ଷ ଧରି ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ଦୁର୍ବଳ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ନେପାଳ ସହ ପୂର୍ବ ସମ୍ପର୍କ ଫେରାଇ ଆଣିବାରେ ମିସ୍ରିଙ୍କ ଗସ୍ତ ସଫଳ ହୋଇପାରେ ବୋଲି କୂଟନୈତିିକ ମହଲ ଆଶାବ୍ୟକ୍ତ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories