www.samajalive.in
Monday, December 15, 2025
14.1 C
Bhubaneswar

ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ: ୬ଟି ବହୁତଳ କୋଠା ସହ ୫ଟି ପ୍ଲଟ୍ ଠାବ

ଭଞ୍ଜନଗର/ବ୍ରହ୍ମପୁର : ଭଞ୍ଜନଗର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଗିରଫ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ଵାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଏପରିକି ଭଞ୍ଜନଗର ସ୍ଥିତ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଲୁଡୁଲୁଡି ସ୍ଥିତ ପୈତୃକ ବାସଭବନ, ରଘୁନାଥ ବିହାର ସ୍ଥିତ ସମ୍ପର୍କୀୟଙ୍କ ଘର ଓ ବ୍ରହ୍ମପୁରକୁ ମିଶାଇ ମୋଟ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉବେଳେ ଶ୍ରୀ ସ୍ବାଇଁଙ୍କର ବ୍ରହ୍ମପୁର ତୁଳସୀନଗରଠାରେ ୪ମହଲା କୋଠା ଘର ଠାବ ହୋଇଛି।  ଯାହାର ଆନୂମାନିକ ମୂଲ୍ୟ ୨.୪ କୋଟି ଆକଳନ କରାଯାଇଛି। ସେହିପରି ଭଞ୍ଜନଗର ବାଗଦେବୀ ରୋଡରେ ୨.୩କୋଟି ଟଙ୍କା ମୂଲ୍ୟର ଆଉ ଏକ ୪ ମହଲା କୋଠାଘର ଠାବ ହୋଇଛି। ଏହି କୋଠାଘର ନିକଟରେ ଆଉ ଏକ ୩ ମହଲା କୋଠା ସାଙ୍ଗକୁ ଭଞ୍ଜନଗରରେ ୩ ମହଲା କୋଠାଘର ଠାବ ହୋଇଛି।  ଏତଦବ୍ୟତୀତ ଭଞ୍ଜନଗର ପୌରାଞ୍ଚଳରେ ନିର୍ମାଣାଧୀନ ଦୁଇମହଲା କୋଠାଘର ଥିବା ଜଣାପଡିଛି। ଏହାବ୍ୟତୀତ ଭଞ୍ଜନଗର ଲୁଡୁଲୁଡିସ୍ଥିତ ପୈତୃକ ବାସଭବନକୁ ଭାଙ୍ଗି ଦୁଇମହଲା କରିଥିବା ତଦନ୍ତ ବେଳେ ଜଣାପଡିଛି। ବ୍ରହ୍ମପୁରରେ ଗୋଟିଏ ଓ ଭଞ୍ଜନଗରରେ ଶ୍ରୀ ସ୍ବାଇଁଙ୍କର ୪ଟି ବାସୋପଯୋଗୀ ଜମି ଅଛି। ଠାବ ହୋଇଥିବା ସମସ୍ତ ସମ୍ପତ୍ତିର ମୂଲ୍ୟାୟନ ଜାରି ରହିଛି। ଏହାବ୍ୟତୀତ ଶ୍ରୀ ସ୍ବାଇଁଙ୍କ ଘରୁ ୨୦୦ ଗ୍ରାମର ସୁନା ଅଳଙ୍କାର, ବିଭିନ୍ନ ବ୍ୟାଙ୍କ, ଡାକଘର ଓ ବୀମା ସଂସ୍ଥାରେ ୨୩ଲକ୍ଷ ୯୪ ହଜାର ୩୭୦ ଟଙ୍କା ଜମା ରହିଛି। ଏହାବ୍ୟତୀତ ଶ୍ରୀ ସ୍ବାଇଁଙ୍କର ଗୋଟିଏ ମୋଟର ସାଇକଲ ଓ ୫.୬୩ ଲକ୍ଷ ଟଙ୍କା ମୂଲ୍ୟର ଗୃହୋପକରଣ ଠାବ ହୋଇଛି।  ତେବେ  ପ୍ରସନ୍ନ ସ୍ବାଇଁ ୨୦୦୩ରେ ଖରିଆର ଠାରେ ଲୋୟର ଇନ୍ଦ୍ରା କେନାଲ ଡିଭିଜନରେ ଚୁକ୍ତି ଭିତ୍ତିକ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ୨୦୧୦ ଅଗଷ୍ଟ ୧୯ଠାରୁ ନିଜ ଜିଲା ତଥା ଭଞ୍ଜନଗରରେ ଅବସ୍ଥାପିତ ଅଛନ୍ତି। ୨୦୧୩ରେ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories