www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ ଧକ୍କାରେ ୫ ଷଣ୍ଢ ମୃତ 

ବାସୁଦେବପୁର : ବାସୁଦେବପୁର ଚାନ୍ଦିମାଳ ରାସ୍ତାରେ ଆଇରନ ବୋଝେଇ ଟ୍ରକ ଧକ୍କାରେ ଏକାଧିକ ଷଣ୍ଢଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଅଂଚଳରେ ଗୋଶାଳା ନିର୍ମାଣ, ସ୍ଥାୟୀ ହମ୍ପସ ସହ ଗାଡିର ବେଗ ନିୟନ୍ତ୍ରଣ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ବିଶ୍ବହିନ୍ଦୁ ପରିଷଦର ଯୁବଗୋଷ୍ଠି । ବୁଧବାର ବିଳମ୍ବିତ ରାତିରେ ଆଇରନ ବୋଝେଇ ଟ୍ରକ ଧକ୍କାରେ ଚାନ୍ଦିମାଳ ସହ ପାରା ପୋଖରୀ ଛକରେ ୭ଟି ଷଣ୍ଢ ଦୁର୍ଘଟଣାର ଶିକାର ହୋଇଥିଲେ। ୫ଟି ଷଣ୍ଢଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟିକୁ ପ୍ରାଥମିକ ଚିକିତ୍ସା ପରେ ଗୋଶାଳାକୁ ପଠାଇ ଦିଆଯାଇଛି। ପ୍ରତିବାଦରେ ଚାନ୍ଦିମାଳ ଛକରେ ରାସ୍ତା ରୋକ୍‌ କରାଯାଇଥିବା ବେଳେ ଆଇରନ ଟ୍ରକ ଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଆଲୋଚନା ଜାରି ରଖିଛି।

ପୁଣି ମହଙ୍ଗା ହେବ ଏୟାରଟେଲ୍‌, ଜିଓ, ଭୋଡା ଫୋନ୍‌, ବିଏସଏନଏଲ ରିଚାର୍ଜ! ସରକାରଙ୍କ ଏହି ପଦକ୍ଷେପ ପରେ..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories