www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ମହଙ୍ଗା ହେବ ଏୟାରଟେଲ୍‌, ଜିଓ, ଭୋଡା ଫୋନ୍‌, ବିଏସଏନଏଲ ରିଚାର୍ଜ! ସରକାରଙ୍କ ଏହି ପଦକ୍ଷେପ ପରେ..

ନୂଆଦିଲ୍ଲୀ : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ), ଦୂରସଞ୍ଚାର ବିଭାଗ (ଡିଓଟି)ରୁ ସ୍ପାମ୍‌ କଲ୍‌ ଓ ମେସେଜକୁ ରୋକିବାକୁ ଅସଫଳ ହେଉଥିବାରୁ ଜୋରିମାନା ଆଦାୟ ଉପରେ ଗୁରୁତ୍ୱ ଦେଇଛି । ଏହି ଜୋରିଆନା ଆଦାୟ ପାଇଁ ଦୂରସଞ୍ଚାର କମ୍ପାନୀ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜବତ କରିବାକୁ ପରାମର୍ଶ ଦେଇଛି । ନିୟମ ପାଳନ ନକରିବା ଦ୍ୱାରା ଟେଲିକମ୍‌ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଟ୍ରାଇର ଅଧିକାର ରହିଛି । ମାତ୍ର ଲାଇସେନ୍ସ ବାତିଲ କରିବା ଅପେକ୍ଷା ଜୋରିମାନା ଆଦାୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

ବୁଧ-ଶୁକ୍ର ଏକାଠି ପରେ ଅକ୍ଟୋବରରେ ଲକ୍ଷ୍ମୀ-ନାରାୟଣ ଯୋଗ ; ଏହି ରାଶିଙ୍କ ଚମକିବ ଭାଗ୍ୟ, ଧନ ଲାଭର ଯୋଗ..

- Advertisement -

ଏହି ମାମଲାରେ ଟେଲିକମ୍‌ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ମାତ୍ର ଏହା ମଧ୍ୟ ସତ ଅଟେ, ଜୋରିମାନାର ମୂଲ୍ୟକୁ ଶେଷ ଉପଭୋକ୍ତା ମୋବାଇଲ ବ୍ୟବହାରକାରୀଙ୍କ ଠାରୁ ହିଁ ଆଦାୟ କରାଯାଏ । ନିକଟରେ ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌-ଆଇଡିଆ ପକ୍ଷରୁ ଉପଭୋକ୍ତା ପ୍ରତି ହାରାହାରି ରାଜସ୍ୱ ଅର୍ଥାତ ଏଆରପିୟୁକୁ ବୃଦ୍ଧି କରିବା ପାଇଁ ଟେଲିକମ୍‌ କମ୍ପାନୀଗୁଡିକ ମୋବାଇଲ୍‌ ରିଚାର୍ଜ ପ୍ଲାନ ମହଙ୍ଗା କରିଛନ୍ତି ।

ଯଦି ସରକାର ଟେଲିକମ୍‌ କମ୍ପାନୀ ଠାରୁ ଜୋରିମାନା ଆଦାୟ କରନ୍ତି, ତେବେ ଟେଲିକମ୍‌ କମ୍ପାନୀ ପକ୍ଷରୁ ମୋବାଇଲ ରିଚାର୍ଜ ପ୍ଲାନ ମହଙ୍ଗା କରି ଜୋରିମାନା ଆଦାୟ କରାଯାଏ । ଏହି ଜୋରିମାନା ସିଧାସଳଖ ମୋବାଇଲ ଉପଭୋକ୍ତା ଉପରେ ଲାଗୁ କରାଯିବ ନାହିଁ । ମାତ୍ର ଆଜି ପର୍ଯ୍ୟନ୍ତ ରେକର୍ଡ ରହିଛି ଯେ, ଯେତେବେଳେ ମଧ୍ୟ ଟେଲିକମ୍‌ କମ୍ପାନୀଙ୍କୁ କ୍ଷତି ହୋଇଥାଏ କିମ୍ବା ୫ଜି ଅଥବା କୌଣସି ନୂଆ ଟେକ୍ନୋଲୋଜିରେ ନିବେଶ କରିବାର ଥାଏ, ତେବେ ଟେଲିକମ୍‌ କମ୍ପାନୀ ପକ୍ଷରୁ ମୋବାଇଲ ରିଚାର୍ଜର ଦାମ୍‌ ବୃଦ୍ଧି କରାଯାଇଥାଏ ।

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories