www.samajalive.in
Sunday, December 14, 2025
26.1 C
Bhubaneswar

ବାସ୍‌ ଗୋଟିଏ ଗ୍ଲାସ ଉଷୁମ କ୍ଷୀର; ଅମୃତ ସମାନ,ଏମିତି ପିଇଲେ ମିଳିବ ଚମତ୍କାରୀ ଲାଭ..

ଉଷୁମ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଇଛି। ଏଥିରେ ଥିବା କ୍ୟାଲସିୟମ, ପ୍ରୋଟିନ ଓ ଅନ୍ୟ ପୋଷକ ତତ୍ତ୍ୱ ଶରୀର ପାଇଁ ବେଶ ଉପକାରୀ । ଜାଣନ୍ତୁ ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିଥାଏ।

ଉତ୍ତମ ନିଦ ପାଇଁ..

- Advertisement -

ଉଷୁମ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଉତ୍ତମ ନିଦରେ ସହାୟକ ହୋଇଥାଏ । ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ଫଳରେ ଭଲ ନିଦ ହୋଇଥାଏ । ଏହା ମେଲାଟୋନିନ ଉତ୍ପାଦନକୁ ବଢାଇ ଦେଇଥାଏ । ଯାହା ନିଦ ପାଇଁ ଆବଶ୍ୟକ ହେଉଥିବା ହରମୋନ ।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ହାଡ ମଜଭୁତ ପାଇଁ..

କ୍ଷୀର କ୍ୟାଲସିୟମର ସବୁଠାରୁ ଉତ୍ତମ ସ୍ରୋତ । ଏହା ହାଡ ଓ ଦାନ୍ତକୁ ମଜଭୁତ କରିବାରେ ସହାୟକ ହୋଇଥାଏ । ନିୟମିତ ଉଷୁମ କ୍ଷୀର ପିଇବା ଦ୍ୱାରା ହାଡ ଜନିତ ସମସ୍ୟା ଦୂର ହୋଇଥାଏ ।
ଉଷୁମ କ୍ଷୀର ପାଚନ ପାଇଁ ଲାଭଦାୟକ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ । ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ପେଟର ଜଳାପୋଡାକୁ ମଧ୍ୟ ଦୂର କରିଥାଏ ।

ଚିନ୍ତା ଦୂର କରିଥାଏ..

ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଚିନ୍ତା ଦୂର ହୋଇଥାଏ । ମନକୁ ଖୁସି ମଧ୍ୟ କରିଥାଏ ।
ଉଷୁମ କ୍ଷୀର ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । କ୍ଷୀର ପିଇବା ଦ୍ୱାରା ଭୋକ କମ୍‌ ହୋଇଥାଏ । ଫଳରେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ ।

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

ତ୍ୱଚା ଓ ହୃଦୟ ପାଇଁ..
କ୍ଷୀରରେ ଥିବା ଭିଟାମିନ ଓ ଖଣିଜ ତ୍ୱଚାକୁ ସୁସ୍ଥ ରଖିଥାଏ । କ୍ଷୀରରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାକୁ ସହାୟକ ହୋଇଥାଏ ।

କେଉଁ ସମୟରେ ପିଇବେ..
ରାତିରେ ଶୋଇବା ପୂର୍ବରୁ ନିୟମିତ ଏକ ଗ୍ଲାସ ଉଷୁମ କ୍ଷୀର ପିଇବା ସବୁଠାରୁ ଲାଭଦାୟକ ।
କ୍ଷୀରରେ ସାମାନ୍ୟ ମହୁ କିମ୍ବା ଡାଲଚିନି ମଧ୍ୟ ମିଶାଇ ପାରିବେ ।
ମାତ୍ର ଆବଶ୍ୟକତା ଠାରୁ ଅଧିକ କିମ୍ବା ଅଧିକ ପରିମାଣରେ ଉଷୁମ କ୍ଷୀରର ସେବନ କରନ୍ତୁ ନାହିଁ ।
ଉଷୁମ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିବା ସହ ଅନେକ ରୋଗରୁ ଏହା ରକ୍ଷା କରିଥାଏ । ଶରୀର ସୁସ୍ଥ ରହିଥାଏ ।
ଯଦି ଅନ୍ୟ କୌଣସି ରୋଗ ରହିଛି, ତେବେ ଡାକ୍ତରଙ୍କ ପରାମର୍ଶରେ କ୍ଷୀର ସେବନ କରନ୍ତୁ ।

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories