www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

ପାଟନା : ବିହାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ରେଳ ଲାଇନରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଯାଇ ଥଣ୍ଡା ପବନରେ ସେଠାରେ ହିଁ ଶୋଇ ପଡିଥିଲେ । ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେଉଛି । ଯୁବତୀ ଜଣକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଚକିଆ ରେଲୱେ ଷ୍ଟେସନ ଯାଇଥିଲେ । ରେଳ ଲାଇନରେ ଟ୍ରେନକୁ ଅପେକ୍ଷା କରି ଧାରଣାରେ ହିଁ ଶୋଇ ରହିଥିଲେ । ମାତ୍ର ଥକ୍କାପଣ ହେଉ କିମ୍ବା ଅନ୍ୟ କାରଣରୁ ଟ୍ରେନକୁ ଅପେକ୍ଷା କରି କରି ଯୁବତୀ ଜଣକ ସେଠାରେ ହିଁ ଶୋଇ ପଡିଥିଲେ । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ ହେଉଛି।


ଯୁବତୀ ଜଣକ ଯେଉଁ ରେଳ ଲାଇନରେ ଶୋଇଥିଲେ, ସେହି ରେଳ ଧାରଣାରେ ଲୋକେ ପାଇଲଟ୍‌ ଜରୁରୀକାଳୀନ ବ୍ରେକ୍‌ ଲଗାଇବା ପରେ ଟ୍ରେନଟି ଯୁବତୀଙ୍କ ମୁଣ୍ଡ ଠାରୁ କିଛି ଦୂରରେ ଅଟକି ଥିଲା । ଏହା ସହ ଅଦ୍ଭୁତ ଓ ଚମତ୍କାର ଭାବେ ଯୁବତୀଙ୍କ ଜୀବନ ବଞ୍ଚି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣଙ୍କୁ ବୁଝାସୁଝା କରି ଘରକୁ ଫେରାଇ ନେଇଥିଲେ ।
ଭିଡିଓରେ ଦେଖି ପାରିବେ, ସ୍ଥାନୀୟ ଲୋକେ ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ବିରୋଧ କରିବା ସହ ବୁଝାସୁଝା କରୁଛନ୍ତି । ଯୁବତୀ ଜଣକ କାନ୍ଧରେ ଏକ ବ୍ୟାଗ୍‌ ପକାଇଥିବା ମଧ୍ୟ ଦେଖିପାରିବେ । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories