www.samajalive.in
Friday, December 5, 2025
26.1 C
Bhubaneswar

୩ ଆଇଫୋନ୍ ବନ୍ଦ କଲା ଆପଲ୍‌: କିଣିବା ଆଗରୁ ଜାଣି ରଖନ୍ତୁ, ନଚେତ୍‌ ସହିବେ କ୍ଷତି

ସମାଜ ଡିଜିଟାଲ ଡେସ୍କ: ଆଇଫୋନ୍ ୧୬ ଆସିବା ପରେ ଆପଲ୍ ପକ୍ଷରୁ କେତେକ ପୁରୁଣା ଆଇଫୋନ୍ ମଡେଲ ବନ୍ଦ କରିଦିଆ ଯାଇଛି। ସାଧାରଣତଃ ଆପଲ୍ ପକ୍ଷରୁ ଏପରି ସବୁବେଳେ କରାଯାଇଥାଏ। ନୂଆ ଆଇଫୋନ୍ ଆସିବା ସହିତ ପୁରୁଣା ଆଇଫୋନ୍ ବନ୍ଦ ହୋଇଯାଏ। ଏଥର ମଧ୍ୟ ପୁରୁଣା ଆଇଫୋନ୍ ମଡେଲଗୁଡିକ ବନ୍ଦ କରିଦିଆଯାଇଛି।

iPhone 16 ସିରିଜ୍‌ ଆସିବା ପରେ iPhone 15 Pro, iPhone 15 Pro Max ଏବଂ iPhone 13କୁ ବନ୍ଦ କରିଦିଆ ଯାଇଛି। ଏବେ ଆପଲ୍‌ର ଅଫିସିଆଲ ସାଇଟ୍‌ରେ ଆପଣଙ୍କୁ କେବଳ ଆଇଫୋନ୍ ୧୪, ଆଇଫୋନ୍ ୧୫, ଆଇଫୋନ୍ ୧୬ ଏବଂ ଆଇଫୋନ୍ ୧୬ ପ୍ରୋ ଦେଖିବାକୁ ମିଳିବ। ଏହାକୁ ଆପଣ ଅନଲାଇନ ଅର୍ଡର କରିପାରିବେ। ଏଠାରେ ସୂଚନାଯୋଗ୍ୟ, ଆଇଫୋନ୍ ୧୫ ଆସିବା ପରେ ଆଇଫୋନ୍‌ ୧୪ ପ୍ରୋ, ଆଇଫୋନ୍‌ ୧୪ ପ୍ରୋ ମାକ୍ସକୁ ମଧ୍ୟ ବନ୍ଦ କରିଦିଆ ଯାଇଥିଲା। ଏବେ ନୂଆ ସିରିଜ୍ ଆସିବା ପରେ ପୁଣି ଥରେ ଏଭଳି ନିଷ୍ପତ୍ତି ନିଆଯାଇଛି।

- Advertisement -

ତେବେ ଏଠାରେ କହିରଖୁଛୁ ଯେ, ଯଦି କେହି ଏହି ସିରିଜ୍ ବ୍ୟବହାର କରୁଛନ୍ତି, ତେବେ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏଥିସହ ଏଥିରେ ଓଏସ୍‌ ଅପଡେଟ୍ ଅପ୍ସନ ମଧ୍ୟ ଦିଆଯାଉଛି। ଅର୍ଥାତ୍ ଆପଣ ଏହାକୁ ଅପଡେଟ୍ ମଧ୍ୟ କରିପାରିବେ। ଅପଡେଟ୍ ପରେ ଆପଣଙ୍କୁ ଏଥିରେ ନୂଆ ଫିଚର୍‌ ମିଳିପାରିବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories