ଆଜିଠୁ କମିବ ବର୍ଷା.. ପୁଣି ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା.. ୧୫ ତାରିଖ ଯାଏଁ ପ୍ରବଳ ବର୍ଷିବ..
ଗୋମାତାଙ୍କ ସୁରକ୍ଷା ପାଇଁ ରାଜ୍ୟରେ ୨ ଶହ ଗୋଶାଳା କରିବେ ସରକାର.. ଗୃହରେ ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘୋଷଣା.. ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି..
ଆଠଗଡ ଖୁଣ୍ଟୁଣୀ ଧୁରୁସିଆ ଗାଁରେ ଅଘଟଣ.. ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡରେ ଜଣେ ମୃତ.. ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ.. ଆଉ ଦୁଇ ଗୁରୁତର କଟକ ବଡ ମେଡିକାଲ ସ୍ଥାନାନ୍ତର.. ଗାଁରେ ଉତ୍ତେଜନା..
ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଭାଙ୍ଗିଲା କ୍ରେନ୍, ଜଣେ ଆହତ..
ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..
୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ବିିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ..
ବିଧାନସଭା ଶୂନ୍ୟକାଳରେ ବାଲିଯାତ୍ରା ପ୍ରସଙ୍ଗ ଉଠାଇଲେ କଟକ-ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋସ.. କହିଲେ ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ବନ୍ଦ କରାଯାଉ..
ଭିଜିଲାନ୍ସ ଜାଲରେ ଭଞ୍ଜନଗର ଜଳସମ୍ପଦ ବିଭାଗର ଜେଇ.. ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଚଢାଉ.. ଭଞ୍ଜନଗର ଓ ବ୍ରହ୍ମପୁରର ମୋଟ ୯ଟି ସ୍ଥାନରେ ଚଢାଉ..
ରାୟଗଡା କାଶୀପୁର ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟା.. ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା, ଅଭିଯୁକ୍ତ ଫେରାର୍..



