www.samajalive.in
Saturday, December 6, 2025
16.1 C
Bhubaneswar

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଝିରେ ଚାକିରିର ଏକ ବଡ ସୁଯୋଗ ମିଳିଛି । ଇସ୍ରାଏଲରେ ଚାକିରି କରିବା ପାଇଁ ପ୍ରାୟ ୧୫୦୦୦ ପଦବୀ ଖାଲି ସହ ଚାକିରି ପାଇଁ ସୁଯୋଗ ଆଣିଛି । ଇସ୍ରାଏଲ ୧୦,୦୦୦ ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ପୁଣି ଥରେ ନିଯୁକ୍ତି ଦେବା ଅଭିଯାନ ଆଣି ଭାରତ ସହ ଯୋଗାଯୋଗ କରିଛି । ଏହାସହ ୫୦୦୦ ତଦାରଖକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବ । ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ଇସ୍ରାଏଲ ନିଯୁକ୍ତି ଦେବା ପାଇଁ ଭାରତ ସହ ଯୋଗାଯୋଗ କରିଥିଲା । ମାତ୍ର ଏବେ ପ୍ରଶ୍ନ ଉଠୁଛି ଯୁଦ୍ଧ ମଧ୍ୟରେ ଚାକିରି କରିବାକୁ କିଏ ପ୍ରସ୍ତୁତ ହେବେ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯୁଦ୍ଧ, ଗୁଳି, ବମ୍‌ ବିସ୍ଫୋରଣ ମଧ୍ୟରେ ଗତି କରୁଥିବା ଇସ୍ରାଏଲରେ ଚାକିରି କରିବା ପାଇଁ ଲକ୍ଷ ଲକ୍ଷ ଆବେଦନ କରାଯାଇଥାଏ । ଚାକିରି ପାଇଁ ମିଳୁଥିବା ବେତନ ଓ ସୁବିଧା ଦ୍ୱାରା ଲୋକେ ଆକର୍ଷିତ ହେଉଛନ୍ତି । ଯୁଦ୍ଧ ମଧ୍ୟରେ ମଧ୍ୟ ଲୋକେ ଚାକିରି ପାଇଁ ରାଜି ହେଉଛନ୍ତି ।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

- Advertisement -

ଇସ୍ରାଏଲର ପିଆଇବିଏ ୧୫୦୦୦ ଲୋକଙ୍କ ପାଇଁ ନିଯୁକ୍ତି ଆଣିଛି । ଏହି କାରଣରୁ କମ୍ପାନୀ ଆସନ୍ତା ସପ୍ତାହରେ ଭାରତ ଗ୍ରସ୍ତରେ ଆସିବ । ନିର୍ମାଣ ଶ୍ରମିକଙ୍କ ଭର୍ତ୍ତି ଅଭିଯାନର ୨ୟ ପର୍ଯ୍ୟାୟ ମହାରାଷ୍ଟ୍ରରେ ହେବ । ଇସ୍ରାଏଲକୁ ନିଜ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ୫୦୦୦ ତଦାରଖକାରୀଙ୍କ ମଧ୍ୟ ଆବଶ୍ୟକତା ରହିଛି । ଚାକିରି ପାଇଁ ସମସ୍ତ ଆବଶ୍ୟକୀୟ ସର୍ତ୍ତକୁ ଜାରି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଶ୍ରମିକଙ୍କୁ ନିର୍ମାଣ କ୍ଷେତ୍ରରେ କାମ କରିବା ପାଇଁ ଇସ୍ରାଏଲ ନିଆଯିବ । ଏକ ଲକ୍ଷରୁ ଅଧିକ ପାଲେଷ୍ଟାଇନ ଶ୍ରମିକଙ୍କ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏପରି କରାଯାଇଛି ।

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

ଇସ୍ରାଏଲ୍ ଦୂତବାସର ପରିସଂଖ୍ୟାନକୁ ଦର୍ଶାଇ ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦୁଇଟି ମାର୍ଗ ମାଧ୍ୟମରେ ପ୍ରାୟ ୫୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଇସ୍ରାଏଲ ପାଇଁ ନିର୍ମାଣ ଶ୍ରମିକ ନିଯୁକ୍ତିର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୬,୮୩୨ ପ୍ରାର୍ଥୀ ଦକ୍ଷତା ପରୀକ୍ଷାରେ ହାଜର ହୋଇଥିଲେ, ସେଥିମଧ୍ୟରୁ ୧୦,୩୪୯ ଜଣ ପ୍ରାର୍ଥୀ ଚୟନ ହୋଇଥିଲେ।

ଚାକିରି ପାଇଁ ଚୟନ ହୋଇଥିବା ଲୋକଙ୍କୁ ପ୍ରତି ମାସରେ ୧.୯୨ ଲକ୍ଷ ଟଙ୍କା ଦରମା ମିଳିବ । ଏହା ବ୍ୟତୀତ ମାଗଣାରେ ଚିକିତ୍ସା ସୁବିଧା, ମଗଣାରେ ରହିବା ଓ ଖାଇବା ପ୍ରଦାନ କରାଯିବ । ଦରମା ବ୍ୟତୀତ କର୍ମଚାରୀଙ୍କୁ ପ୍ରତି ମାସରେ ୧୬,୫୧୫ ଟଙ୍କା ବୋନସ୍‌ ମଧ୍ୟ ଦିଆଯିବ । ଦରମା ଓ ବୋନସକୁ ଦେଖି ଲୋକେ ଯୁଦ୍ଧ ମଧ୍ୟରେ ମଧ୍ୟ ସେଠାରେ ନିଯୁକ୍ତି ପାଇଁ ରାଜି ହେଉଛନ୍ତି । ଗତ ବର୍ଷ ମଧ୍ୟ ନଭେମ୍ବରରେ ଦୁଇ ସରକାର ମଧ୍ୟରେ ଚୁକ୍ତିନାମା ହୋଇଥିଲା । ଚାକିରିରେ ନିଯୁକ୍ତି ପାଇଁ ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟ ଉତ୍ତର ପ୍ରଦେଶ, ହରିୟାଣା ଓ ତେଲେଙ୍ଗାନାରେ ହୋଇଥିଲା ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories