www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍ସାହ ବଢାଇଲା ‘ଦେବରା’ ଟ୍ରେଲର: ଜୁନିୟର ଏନଟିଆର ଓ ସୈଫଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ରିଲିଜ୍ ହୋଇଛି ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ର ଟ୍ରେଲର। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହକୁ ଦୁଇଗୁଣା କରିଦେଇଛି ଏହି ଟ୍ରେଲର। ‘ଦେବରା’କୁ ଦୁଇ ଭାଗରେ ମୁକ୍ତିଲାଭ କରାଯିବ। ଏଥିରେ ଜୁନିୟର ଏନଟିଆରଙ୍କ ସହ ସୈଫ୍ ଅଲି ଖାନ୍, ଜାହ୍ନବୀ କପୁର, ପ୍ରକାଶ ରାଜଙ୍କ ଭଳି ଦମ୍‌ଦାର କଳାକାରଙ୍କୁ ଦେଖିବାକୁ ମିଳିବ। ଭିନ୍ନ ଭିନ୍ନ ସିନେଶିଳ୍ପର ଅନେକ ବଡ଼ ବଡ଼ ତାରକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ଼ ଭାଷାରେ ରିଲିଜ୍ ହେବ। ଏଥିରେ ଜୁନିୟର ଏନଟିଆର ଭୟଙ୍କର ଅବତାରରେ ନଜର ଆସିବେ, ଯାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ସୈଫ୍‌ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସମୁଦ୍ର ଓ ଜଳଦସ୍ୟୁଙ୍କୁ ଦେଖିବାକୁ ମିଳିବ, ଯେଉଁମାନଙ୍କ ଆତଙ୍କକୁ ରୋକିବ ଦେବରା। ସେପ୍ଟେମ୍ବର ୨୭ରେ ପରଦାକୁ ଆସିବ କୋରାତାଲା ସିବା ନିର୍ଦେଶିତ ‘ଦେବରା’।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories