www.samajalive.in
Tuesday, December 9, 2025
15.1 C
Bhubaneswar

ଉତ୍ସାହ ବଢାଇଲା ‘ଦେବରା’ ଟ୍ରେଲର: ଜୁନିୟର ଏନଟିଆର ଓ ସୈଫଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ରିଲିଜ୍ ହୋଇଛି ଜୁନିୟର ଏନଟିଆରଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ର ଟ୍ରେଲର। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହକୁ ଦୁଇଗୁଣା କରିଦେଇଛି ଏହି ଟ୍ରେଲର। ‘ଦେବରା’କୁ ଦୁଇ ଭାଗରେ ମୁକ୍ତିଲାଭ କରାଯିବ। ଏଥିରେ ଜୁନିୟର ଏନଟିଆରଙ୍କ ସହ ସୈଫ୍ ଅଲି ଖାନ୍, ଜାହ୍ନବୀ କପୁର, ପ୍ରକାଶ ରାଜଙ୍କ ଭଳି ଦମ୍‌ଦାର କଳାକାରଙ୍କୁ ଦେଖିବାକୁ ମିଳିବ। ଭିନ୍ନ ଭିନ୍ନ ସିନେଶିଳ୍ପର ଅନେକ ବଡ଼ ବଡ଼ ତାରକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ଼ ଭାଷାରେ ରିଲିଜ୍ ହେବ। ଏଥିରେ ଜୁନିୟର ଏନଟିଆର ଭୟଙ୍କର ଅବତାରରେ ନଜର ଆସିବେ, ଯାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। ସୈଫ୍‌ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ସମୁଦ୍ର ଓ ଜଳଦସ୍ୟୁଙ୍କୁ ଦେଖିବାକୁ ମିଳିବ, ଯେଉଁମାନଙ୍କ ଆତଙ୍କକୁ ରୋକିବ ଦେବରା। ସେପ୍ଟେମ୍ବର ୨୭ରେ ପରଦାକୁ ଆସିବ କୋରାତାଲା ସିବା ନିର୍ଦେଶିତ ‘ଦେବରା’।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories