www.samajalive.in
Saturday, December 6, 2025
23.1 C
Bhubaneswar

ବୁର୍ଜୁଗୁଡା ରାସ୍ତା ଅତି ଶୋଚନୀୟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପଲମା ଗ୍ରାମ ପଞ୍ଚାୟତର ବୁର୍ଜୁଗୁଡା ଗାଁ ରାସ୍ତା ଅତି ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ବୁର୍ଜୁଗୁଡା ଠାରୁ ଆରଡି ରାସ୍ତାକୁ ସଂଯୋଗ ହୋଇଛି। ଏହି ରାସ୍ତା ମରାମତି କରିବା ପାଇଁ ବୁର୍ଜୁଗୁଡା ଗ୍ରାମବାସୀ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଓ ଜନ ପ୍ରତିନିଧି ମାନଙ୍କୁ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନଥିବା କହିଛନ୍ତି। ଆରଡି ରାସ୍ତା ଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ଗାଁ ରହିଛି। ଉକ୍ତ ଗାଁକୁ ରାସ୍ତାଟି ଚିକିଟା ମାଟି ହୋଇଥିବାରୁ ଅଳ୍ପ ବର୍ଷା ହେଲେ ରାସ୍ତାଟି ଅତି ଶୋଚନୀୟ ହୋଇଯାଉଛି।

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

- Advertisement -

ଯାହା ଫଳରେ ରୋଗୀ, ଗର୍ଭବତୀଙ୍କୁ ମେଡ଼ିକାଲ ନେବାକୁ ହେଲେ ଆମ୍ବୁଲାନ୍ସ ଆସି ପାରୁନାହିଁ। ଗାଁ ଠାରୁ ଆରଡି ରାସ୍ତା ପର୍ଯ୍ୟନ୍ତ ଖଟିଆ କିମ୍ବା ଭାରରେ ବୋହି ନେବାକୁ ପଢୁଛି ତାହା ମଧ୍ୟ ଚିକିଟା ମାଟି ହୋଇଥିବାରୁ ଗୋଡ଼ ଖସି ଯାଉଛି । ବହୁତ ସାବଧାନ ରେ ଯିବାକୁ ପଡୁଛି। ନୀରିହ ଗରିବ ଲୋକମାନଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସରକାର ରାସ୍ତାଘାଟ, ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛି ଥିବା ବେଳେ ଏଥି ପ୍ରତି ସରକାରଙ୍କ ଦୃଷ୍ଟି କାହିଁକି ପଡୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ଗାଁ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଗାଁର ବଳରାମ କୌଶଲ୍ୟା, ମଙ୍ଗୁଲୁ ଗାଣ୍ଟା, ସହଦେବ କୌଶଲ୍ୟା, ମହେଶ୍ୱର କୌଶଲ୍ୟା, ନରେନ୍ଦ୍ର କୌଶଲ୍ୟା ଓ ନାଗେଶ୍ୱର କୌଶଲ୍ୟା ଦାବି କରିଛନ୍ତି।

ଦେଖନ୍ତୁ ଭିଡିଓ; ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଯୁବତୀ, ସୁଲୁସୁଲିଆ ପବନରେ ନିଦ ଆସିଲା, ଟ୍ରେନ୍‌ ଆସିଲା, ତା’ପରେ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories