ଭିଜିଲାନ୍ସ ଜାଲରେ ଡାକ୍ତର, ୨ ରୋଗୀଙ୍କୁ ଅପରେସନ ପାଇଁ ନେଉଥିଲେ ୬ହଜାର ଟଙ୍କା
ଝାରସୁଗୁଡ଼ା: ୬ହଜାର ଟଙ୍କା ଲାଞ୍ଚ ନେଇ ଭିଲିଲାନ୍ସ ହାତରେ ଡାକ୍ତର ସୌରଭ ସୁପ୍ରୀତ ଧରାପଡ଼ିଛି। ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୌରଭ ସୁପ୍ରୀତ ବେହେରାମାଲରେ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଅପରେସନ କରିବାକୁ ୨ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଡାକ୍ତର ସୌରଭ ସୁପ୍ରୀତଙ୍କ ନାମରେ ଅଭିଯୋଗ ହୋଇଛି। ଭିଜିଲାନ୍ସ ଅଧିକାରୀ ଡାକ୍ତର ସୌରଭ ସୁପ୍ରୀତଙ୍କଠାରୁ ୬ହଜାର ଟଙ୍କା ଜବତ ସହ ପଚରାଉଚୁରା ଜାରି ରହିଥିବା ସୂଚନା ମିଳିଛି।
Comments are closed.