କେଶଦୁରାପାଳ: ଘସିପୁରା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଘସିପୁରା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ସନ୍ତୋଷ ଧୀର ଦୀର୍ଘଦିନ ଧରି ଭଗାନଇ ସ୍କୁଲର ପ୍ରଧାନ ଶିକ୍ଷକ ମୁକୁନ୍ଦ ସାହୁଙ୍କ ବର୍ଦ୍ଧିତ ଦରମା କରିବା ପାଇଁ କହି ତାଙ୍କ ଠାରୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହି ଚଢାଉରେ କେନ୍ଦୁଝର ଭିଜିଲାନ୍ସ ଓ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୧୦ରୁ ଉର୍ଦ୍ଧ୍ବ କର୍ମଚାରୀ ସାମିଲ ଥିଲେ। ଏଥି ସହିତ ମଙ୍ଗଳବାର ସନ୍ତୋଷ ଧୀରଙ୍କ ପୁରୁଣା ବନ୍ଦୋଗୋଡାଠାରେ ଥିବା ବାସଭବନ ଉପରେ ମଧ୍ୟ ଚଢାଉ କରାଯାଇଥିଲା।
Popular Categories



