www.samajalive.in
Monday, December 15, 2025
24.1 C
Bhubaneswar

ଫିଟ୍‌ନେସ୍‌ ନଥିଲେ ସିଜ୍‌ ହେବ

ଭୁବନେଶ୍ବର : ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ଗୁରୁତ୍ବ ଦେଇଛନ୍ତି। ଗାଡ଼ି ମୋଟର ଚଳାଚଳ ଉପରେ କଡ଼ାକଡ଼ି ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ନିର୍ଦେଶାବଳୀ ଜାରି କରିଛନ୍ତି। ବିନା ଫିଟନେସ ଓ ପଞ୍ଜୀକରଣ ସାର୍ଟିଫିକେଟରେ ରାସ୍ତାରେ ଚାଲୁଥିବା ଗାଡ଼ି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆୟୁକ୍ତଙ୍କ ନିର୍ଦେଶ ରହିଛି। କେବଳ ଜୋରିମାନା ନୁହେଁ ଗାଡ଼ିକୁ ଜବତ କରିବ ପରିବହନ ବିଭାଗ। ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ଶ୍ରୀ ଠାକୁର ନିର୍ଦେଶ ଦେଇଛନ୍ତି। ଏଥିସହ ସମସ୍ତ ଗାଡ଼ିର ଫିଟନେସ ଓ ପଞ୍ଜୀକରଣ ବୈଧତା ସମ୍ପର୍କରେ ନିୟମିତ ଭାବେ ସଂପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକମାନେ ତଥ୍ୟ ସଂଗ୍ରହ କରିବେ। ବୈଧତା ଶେଷ ହୋଇଥିବା ଗାଡ଼ିର ମାଲିକଙ୍କ ଠିକଣା ଓ ଯୋଗାଯୋଗ ନମ୍ବର ସହ ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଛି। ସଡ଼କ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ଗାଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ୯ଟି ସର୍ତ୍ତ ଜାରି କରାଯାଇଛି। ଫିଟନେସ ଓ ପଞ୍ଜୀକରଣ ବୈଧତା ସରିଯାଇଥିବା ଗାଡ଼ିର ତଥ୍ୟ ପ୍ରତି ମାସ ଆରଟିଓଙ୍କ ପକ୍ଷରୁ ବସ୍/ଟ୍ରକ୍/ଟ୍ୟାକ୍ସି ଆଦି ସଂଘକୁ ପଠାଯିବ। ଆରଟିଓମାନେ ଏହି ତଥ୍ୟକୁ ତନଖି ଫାଟକ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରଦାନ କରିବେ। ସଂପୃକ୍ତ ଗାଡ଼ିକୁ ଫାଟକ ଦେଇ ଯିବାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରାଯିବ। ଏଭଳି ଗାଡ଼ିକୁ ଚିହ୍ନଟ କରି ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ ନ କରିବାକୁ ଜଣାଇ ଦିଆଯିବ। ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏହି ନିୟମ ଆହୁରି ଅଧ‌ିକ କଠୋର ସହ ଗ୍ରହଣ କରାଯିବ ବୋଲି ଆୟୁକ୍ତ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଫିଟନେସ କିମ୍ବା ପଞ୍ଜୀକରଣ ନ ଥିବା କୌଣସି ବି ଗାଡ଼ିକୁ ଶିକ୍ଷାନୁଷ୍ଠାନ ଅନୁବନ୍ଧିତ କରିଥିଲେ ଜୋରିମାନା ସହ ଗାଡ଼ି ଜବତ ବ୍ୟତୀତ ସମ୍ପୃକ୍ତ ଗାଡ଼ି ମାଲିକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories