ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ
ଭୁବନେଶ୍ଵର:ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଏନ୍ଏସ୍ଏସ୍ ର ପ୍ରକଳ୍ପ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ। ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ. ସନ୍ଦୀପ କୁମାର ରାଉତ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତୋକୋତ୍ତର ବିଭାଗର ମୂଖ୍ୟ ଡ. ଚକ୍ରଧର ବେହେରା ସ୍ଵେଚ୍ଛାସେବୀ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ. ରମେଶ ଚନ୍ଦ୍ର ବେହେରା ସ୍ଵେଚ୍ଛାସେବୀ ମାନଙ୍କୁ ଏନ୍ଏସ୍ଏସ୍ ର ଉପକାରିତା ଏବଂ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ଏନ୍ଏସ୍ଏସ୍ ବିଷୟ ଅବଗତ କରାଇବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଏହିଭଳି ଅନେକ କାର୍ୟ୍ୟକ୍ରମ କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୃତି ସ୍ଵେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ଶେଷରେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ଅଧିକାରୀ ଜବାହାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.