www.samajalive.in
Monday, December 8, 2025
14.1 C
Bhubaneswar

ଅଦାର ବ୍ୟବହାରରେ ପାଆନ୍ତୁ ଘନ ଓ ସୁନ୍ଦର କେଶ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଅଦା ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବାରେ ଏହା ବିଶେଷ ଭାବେ ସହାୟକ ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି, କେଶରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ଅଦା ସାହାଯ୍ୟ କରିଥାଏ। ଏହାକୁ ସଠିକ୍ ଉପାୟରେ ବ୍ୟବହାର କଲେ କେଶ ମଜବୁତ ହେବା ସହ ଏଥିସହିତ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଶ ପାଇଁ ଅଦାର ବ୍ୟବହାର ଓ ଏହାର ଲାଭ ବିଷୟରେ –

ଏହିପରି ଭାବେ କରନ୍ତୁ କେଶରେ ଅଦାର ବ୍ୟବହାର :
ଏକ ପାତ୍ରରେ ଅଦା ପେଷ୍ଟକୁ ଆପଣ ଲଗାଉଥିବା ତେଲ ସହ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ କେଶର ମୂଳରେ ଏହାକୁ ଭଲଭାବେ ମାଲିସ୍ କରନ୍ତୁ। ଏହା ଦ୍ବାରା ରକ୍ତ ସଂଚାଳନରେ ସୁଧାର ଆସିଥାଏ। ଏହାକୁ ଲଗାଇବାର ୩୦ମିନିଟ୍ ପରେ ଶାମ୍ପୂରେ ଭଲଭାବେ କେଶକୁ ଧୋଇଦିଅନ୍ତୁ। ତେଲ ଓ ଅଦାର ମିଶ୍ରଣ ଆପଣଙ୍କ କେଶକୁ ଭରପୁର୍ ମାତ୍ରାରେ ପୋଷଣ ପ୍ରଦାନ କରିବା ସହିତ ମଜବୁତ୍ କରିଥାଏ।

- Advertisement -

ଏହା ବ୍ୟତୀତ କିଛି ମାତ୍ରାର ଅଦା ନେଇ ତା’ର ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହି ପେଷ୍ଟକୁ ପାଣିରେ ଭଲଭାବେ ଫେଣ୍ଟନ୍ତୁ। ତା’ପରେ ଏହାକୁ କେଶ ମୂଳରେ ଲଗାଇ ୪୫ ମିନିଟ୍ ପରେ ଶାମ୍ପୁରେ ଧୋଇଦିଅନ୍ତୁ। ଏହାଦ୍ବାରା କେଶ ସମସ୍ୟା ଦୂର ହେବା ସହ କେଶ ସୁରକ୍ଷିତ ରହିଥାଏ।

କେଶ ଝଡ଼ିବା ବନ୍ଦ ହୋଇଥାଏ :
ଅଦାରେ ମାଗ୍ନେସିୟମ୍, ପୋଟାସିୟମ, ଫସଫରସ୍ ସହିତ ଅନେକ ପୌଷ୍ଟିକ ତତ୍ତ୍ବ ରହିଥାଏ। ଯାହା ଆପଣଙ୍କ କେଶକୁ ପୋଷଣ ପ୍ରଦାନ କରିଥାଏ। ଫଳରେ କେଶ ମଜବୁତ ହୋଇଥାଏ ଓ ଝଡ଼ିବା ବନ୍ଦ ହୋଇଥାଏ।

କେଶର ଶୁଷ୍କତା ଦୂର ହୋଇଥାଏ :
ଅଦା ଏକ ପ୍ରକାରର କଣ୍ଡିସିନର ଭଳି କାମ କରି କେଶକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ। ଅଦାରେ ଥିବା ଲିନୋଲେଇକ୍ ଏସିଡ଼୍ କେଶ ପାଇଁ ପୋଷଣ ପ୍ରଦାନ କରିଥାଏ।

ରକ୍ତ ପ୍ରବାହ ସଠିକ୍ ଭାବେ ହୋଇଥାଏ :
ଅଦାର ବ୍ୟବହାର ଦ୍ବାରା ରକ୍ତ କେଷିକା ଠିକ୍ ଭାବେ କାର୍ୟ୍ୟ କରିଥାଏ। ଯଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ। ଅଦାରେ ରୋଗ ପ୍ରତିରୋଧକ ଗୁଣ ରହିଥାଏ, ଯାହା ରୂପିକୁ ନିୟନ୍ତ୍ରିତ କରିବା ସହିତ କେଶ ଝଡ଼ିବାରୁ ରକ୍ଷା କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories