www.samajalive.in
Sunday, December 7, 2025
14.1 C
Bhubaneswar

ଚୀନ୍‌କୁ ଆମେରିକା ଚିପ୍‌ ଭୟ – ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ନିଷେଧ କଲା

ନୂଆଦିଲ୍ଲୀ- ଆମେରିକା ଚିପ୍‌କୁ ଚୀନ୍‌ର ଭୟ । ଆମେରିକାରେ ତିଆରି କରାଯାଉଥିହବା ମାଇକ୍ରୋନ୍‌ ଚିପ୍‌କୁ ଚୀନ୍‌ରେ ବ୍ୟବହାର କରିବା ପାଇଁ ନିଷେଧ କରାଯାଇଛି । ଏହା ଚୀନ୍‌ର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଯାଇଛି ।

ଆମେରିକୀୟ ଚିପ୍‌ ପ୍ରସ୍ତୁତକାରୀ ମାଇକ୍ରୋନ୍‌ର ସମସ୍ତ ଉତ୍ପାଦକୁ ବ୍ୟବହାର ନ କରିବା ପାଇଁ ଚୀନ୍‌ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଚୀନ୍‌ର ଗୁପ୍ତ ତଥ୍ୟ ସହ ଅନେକ ସୂଚନା ପ୍ରତି ଏହା ବିପଦ ସୃଷ୍ଟିକାରୀ ବୋଲି ଦର୍ଶାଯାଇଛି ।

- Advertisement -

ମାତ୍ର ଏହା ଆମେରିକା ପ୍ରତି ସିଧାସଳଖ ବ୍ୟବସାୟିକ ଶତ୍ରୁତା ଯୋଗୁଁ କରାଯାଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ମାଇକ୍ରୋନ ଆମେରିକାର ସର୍ବ ବୃହତ ଚିପ୍‌ ପ୍ରସ୍ତୁତକାରୀ । ଚୀନ୍‌ରେ ତିଆରି କରାଯାଉଥିବା ଅନେକ ବୈଦ୍ୟୁତିକ ଉପକରଣରେ ଏହାକୁ ବ୍ୟବହାର କରାଯାଇଥାଏ । ଚୀନ୍ ଏହାର ବ୍ୟବହାରକୁ ନିଷେଧ କରିବା ପରେ ମାଇକ୍ରୋନ୍‌ର ସେୟାର ୫.୫ ପ୍ରତିଶତ ହ୍ରାସ ପାଇଥିଲା । କିଛିଦିନ ତଳେ ଚୀନ୍‌ରେ ଥିବା ବିଭିନ୍ନ ଆମେରିକୀୟ ବ୍ୟବସାୟିକ ସଂସ୍ଥା ଉପରେ ଚଢଉ କରାଯାଇଥିଲା ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories