www.samajalive.in
Monday, December 8, 2025
14.1 C
Bhubaneswar

ଇ- ରିକ୍ସା ବ୍ୟାଟେରୀ ଫାଟି ମହିଳାଙ୍କ ସହ ଦୁଇ ଶିଶୁ ମୃତ

ଲକ୍ଷ୍ମୌ – ଇ-ରିକ୍ସା  ବ୍ୟାଟେରୀ ଫାଟି ଜଣେ ମହିଳାଙ୍କ ସହ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଇ-ରିକ୍ସାଟି ତାଙ୍କ ସ୍ୱାମୀଙ୍କର ବୋଲି ଜଣା ପଡିଛି । ଉତ୍ତରପ୍ରଦେଶର ନିଓ୍ୱାଜପୁରଓ୍ୱା ଅଞ୍ଚଳରେ ଘଟିଛି । ଇ-ରିକ୍ସା ଚାଳକ ତାଙ୍କ ଘରେ ଅନେକ ବ୍ୟାଟେରୀକୁ ଚାର୍ଜରେ ବସାଇଥିଲେ । ଏହି ସମୟରେ ସେହି କୋଠରୀରେ ଚାଳକଙ୍କ ସ୍ତ୍ରୀ , ତିନି ପିଲା ଏବଂ ତାଙ୍କ ଛୋଟ ଭାଣିଜୀ ଶୋଇଥିଲେ । ଅଧିକ ଚାର୍ଜିଂ ଯୋଗୁଁ ଗୋଟିଏ ବ୍ୟାଟେରୀ ସକାଳ ୫ ବେଳେ ଫାଟି ଯାଇଥିଲା ।

ସେହି ସମୟରେ ଇ-ରିକ୍ସା ଚାଳକ ଘର ବାହାରେ ଶୌଚ ପାଇଁ ଯାଇଥିଲେ । ଏଥିରେ ମହିଳାଙ୍କ ସହ ୪ ଶିଶୁ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ମହିଳାଙ୍କ ସହ ଇ ରିକ୍ସାଚାଳକଙ୍କ ଛୋଟ ପୁଅ ଏବଂ ଛୋଟ ଭାଣିଜୀର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଛୋଟପିଲାଙ୍କର ଚିକିତ୍ସା ଚାଲିଛି । ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ବ୍ୟାଟେରୀ ଓଭରଚାର୍ଜିଂ ଯୋଗୁଁ ବିସ୍ଫୋରଣ ଘଟିଥିବା ଜଣା ପଡିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories