www.samajalive.in
Saturday, December 6, 2025
23.1 C
Bhubaneswar

ଦୁର୍ଗାପୂଜା ଭସାଣ ବେଳେ ୟୁପିରେ ହିଂସା: ଜଣେ ମୃତ, ଇଣ୍ଟରନେଟ୍ ବନ୍ଦ

ଲକ୍ଷ୍ନୌ : ଦୁର୍ଗାପୂଜା ଭସାଣ ବେଳେ ଉତ୍ତରପ୍ରଦେଶ ବହରାଇଚ ସହରରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସହରର କେତେକ ସ୍ଥାନରେ ଦୋକାନ ବଜାର, ଘର ଓ ଗାଡି ମୋଟର ପୋଡାଜଳା ହୋଇଛି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ହିଂସାକାରୀଙ୍କ ଉପରେ ଲାଠିମାଡ କରିବା ସହିତ ପ୍ଲାଗମାର୍ଚ୍ଚ କରିଛି। ହିଂସା ସମ୍ପର୍କିତ ଗୁଜବ ପ୍ରଚାରକୁ ରୋକିବା ଲାଗି ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଏହା ସହିତ ବହରାଇଚ ସହରର ସମସ୍ତ ସୀମାକୁ ବନ୍ଦ କରାଯାଇଛି। ବହରାଇଚ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ବ୍ରିନ୍ଦା ଶୁକ୍ଳାଙ୍କ କହିବା ଅନୁଯାୟୀ ହିଂସାରେ ଜଡିତ ୩୦ଜଣଙ୍କୁ ଅଟକ ରଖାଯାଇଛି। ତେବେ ଦୁର୍ଗାପୂଜା କମିଟି ପକ୍ଷରୁ ହିଂସାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ଦାବି କରାଯାଇଛି। ରବିବାର ଦୁର୍ଗାପୂଜା ଭସାଣ ବେଳେ ଡିଜେ ମ୍ୟୁଜିକ୍‌କୁ ନେଇ ସଂଖ୍ୟାଲଘୁ ଗୋଷ୍ଠୀ ଆପତ୍ତି ଉଠାଇବା ପୂର୍ବକ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳିମାଡ ହେବାରୁ ଗୋପାଳ ମିଶ୍ର (୨୨) ଯୁବକର ମୃତ୍ୟୁ ହୋଇଥିଲା। ଏହା ସହ ଏଥିରେ ୧୦ଜଣ ଆହତ ହୋଇଛନ୍ତି। ଗୁଳିମାଡ କରିଥିବା ଅଭିଯୁକ୍ତ ସଲମାନକୁ ପୁଲିସ ଅଟକ ରଖିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories