www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଗାପୂଜା ଭସାଣ ବେଳେ ୟୁପିରେ ହିଂସା: ଜଣେ ମୃତ, ଇଣ୍ଟରନେଟ୍ ବନ୍ଦ

ଲକ୍ଷ୍ନୌ : ଦୁର୍ଗାପୂଜା ଭସାଣ ବେଳେ ଉତ୍ତରପ୍ରଦେଶ ବହରାଇଚ ସହରରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସହରର କେତେକ ସ୍ଥାନରେ ଦୋକାନ ବଜାର, ଘର ଓ ଗାଡି ମୋଟର ପୋଡାଜଳା ହୋଇଛି। ହିଂସାକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ ହିଂସାକାରୀଙ୍କ ଉପରେ ଲାଠିମାଡ କରିବା ସହିତ ପ୍ଲାଗମାର୍ଚ୍ଚ କରିଛି। ହିଂସା ସମ୍ପର୍କିତ ଗୁଜବ ପ୍ରଚାରକୁ ରୋକିବା ଲାଗି ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ଏହା ସହିତ ବହରାଇଚ ସହରର ସମସ୍ତ ସୀମାକୁ ବନ୍ଦ କରାଯାଇଛି। ବହରାଇଚ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ବ୍ରିନ୍ଦା ଶୁକ୍ଳାଙ୍କ କହିବା ଅନୁଯାୟୀ ହିଂସାରେ ଜଡିତ ୩୦ଜଣଙ୍କୁ ଅଟକ ରଖାଯାଇଛି। ତେବେ ଦୁର୍ଗାପୂଜା କମିଟି ପକ୍ଷରୁ ହିଂସାରେ ଜଡିତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ଦାବି କରାଯାଇଛି। ରବିବାର ଦୁର୍ଗାପୂଜା ଭସାଣ ବେଳେ ଡିଜେ ମ୍ୟୁଜିକ୍‌କୁ ନେଇ ସଂଖ୍ୟାଲଘୁ ଗୋଷ୍ଠୀ ଆପତ୍ତି ଉଠାଇବା ପୂର୍ବକ ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ସମୟରେ ଗୁଳିମାଡ ହେବାରୁ ଗୋପାଳ ମିଶ୍ର (୨୨) ଯୁବକର ମୃତ୍ୟୁ ହୋଇଥିଲା। ଏହା ସହ ଏଥିରେ ୧୦ଜଣ ଆହତ ହୋଇଛନ୍ତି। ଗୁଳିମାଡ କରିଥିବା ଅଭିଯୁକ୍ତ ସଲମାନକୁ ପୁଲିସ ଅଟକ ରଖିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories