www.samajalive.in
Tuesday, December 9, 2025
26.1 C
Bhubaneswar

ମହେନ୍ଦ୍ର ମିଶ୍ରଙ୍କୁ ୟୁନେସ୍କୋ ମାତୃଭାଷା ପୁରସ୍କାର

ନୂଆପଡ଼ା :  ନୂଆପଡ଼ା ଜିଲା ସିନାପାଲି ବ୍ଳକର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ୟୁନେସ୍କୋ ପକ୍ଷରୁ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର ୨୦୨୩ ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ବାଂଲାଦେଶର ରାଜଧାନୀ ଢ଼ାକାରେ ଆନ୍ତର୍ଜାତିକ ମାତୃଭାଷା ପ୍ରତିଷ୍ଠାନ (ୟୁନେସ୍କୋ) ତରଫରୁ ଦିଆଯିବ। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କଠାରୁ ଡ. ମିଶ୍ର ଚଳିତ ମାସ ୨୧ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ। ଡ. ମିଶ୍ର ଓଡ଼ିଶାରେ ଆଦିବାସୀ ଅଞ୍ଚଳରେ ବହୁଭାଷିକ ଶିକ୍ଷା କାର୍ଯ୍ୟକ୍ରମର ମୂଳଦୁଆ ପକାଇଥିବାବେଳେ ଭାଷା ଶିକ୍ଷା ବ୍ୟତୀତ ଆଦିବାସୀ ଲୋକ ସାହିତ୍ୟ ଓ ସଂସ୍କୃତି ଉପରେ ଜଣେ ଆନ୍ତର୍ଜାତିକ ଗବେଷକ। ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ରାଷ୍ଟ୍ରୀୟ ଭାଷା ପରାମର୍ଶ ଦାତା କମିଟିର ସଦସ୍ୟ ରହିଛନ୍ତି। ଡ. ମିଶ୍ର ଓଡ଼ିଶା ସାହିତ୍ୟ ଏକାଡ଼େମୀ
ପୁରସ୍କାର ସହିତ ମଧ୍ୟପ୍ରଦେଶ ସରକାରଙ୍କଠାରେ ବୀର ଶଙ୍କର ଶାହା, ରଘୁନାଥ ଶାହା, ଫିନଲାଣ୍ଡ ଦ୍ବାରା କାଲେବାଲା ସମ୍ମାନ ଦ୍ବାରା ସମ୍ମାନିତ ହୋଇଛନ୍ତି। ନୂଆପଡ଼ା ଜିଲାରେ ସର୍ବଶିକ୍ଷା ଅଭିଯାନର ପ୍ରଥମ ଜିଲା ପ୍ରକଳ୍ପ ସଂଯୋଜକ ରହିବା ସହ ତତ୍କାଳୀନ ଜିଲା ଶିକ୍ଷା ନିରୀକ୍ଷକ ମଧ୍ୟ ରହିଥିଲେ। ସେ ନୂଆପଡ଼ା ଜିଲା ସିନାପାଲି ଗ୍ରାମର ସ୍ବର୍ଗତ ଅନନ୍ତରାମ ମିଶ୍ର ଓ ସ୍ବଗତା ବେଦମତୀ ମିଶ୍ରଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories