www.samajalive.in
Monday, December 15, 2025
24.1 C
Bhubaneswar

ଓସିଏସରେ କୃତକାର୍ଯ୍ୟ ହୋଇ ରାମଗଡ଼ ପାଇଁ ଗୌରବ ଆଣିଲେ ପ୍ରତିଶ୍ରୁତି ଓ ଜନକ

ଗଞ୍ଜାମ: ଦୃଢ଼ ଇଚ୍ଛାଶକ୍ତି, କଠୋର ସାଧନା ମଣିଷକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସହାୟକ ହୋଇଥାଏ। ଯାହାର ଜ୍ଵଳାନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ ଅଞ୍ଚଳରେ। ଏହି ବ୍ଲକର ରାମଗଡ଼ ପଞ୍ଚାୟତରୁ ଦୁଇ ଜଣ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

କୃତକାର୍ଯ୍ୟ ହୋଇଥିବା ୨ ଜଣ ହେଲେ ପ୍ରତିଶ୍ରୁତି ପଲେଇ ଏବଂ ଜନକ ତରାଇ। ପ୍ରତିଶ୍ରୁତି ୧୪୨ତମ ସ୍ଥାନରେ ଥିବାବେଳେ ଜନକ ୩୨୭ ସ୍ଥାନରେ ଅଛନ୍ତି। ପ୍ରତିଶ୍ରୁତି ଅରୁଣପୁର ଗ୍ରାମର ପ୍ରଫୁଲ୍ଲ ପଲେଇ ଓ ରୋଜାଲିନ ପଲେଇଙ୍କ ଝିଅ। ବାପା ଏସବିଆଇରେ ମ୍ୟାନେଜର ଥିବାବେଳେ ପ୍ରତିଶ୍ରୁତି ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ଏମଏସସି ପାସ କରିଛନ୍ତି। ସେ ବର୍ତ୍ତମାନ ଦିଲ୍ଲୀରେ ରହି ଆଇଏଏସ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଏହି ସଫଳତା ପାଇଁ ସେ ତାଙ୍କ ବାପା ମା ଓ ପରିବାରର ସମସ୍ତଙ୍କୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ସମାଜର ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ସମର୍ପିତ କରିବେ ବୋଲି କହିଛନ୍ତି। ଏହି ସଫଳତା ପାଇଁ ତାଙ୍କ ପଂଚାୟତ ସହ ନିଜ ଗ୍ରାମରେ ଖୁସିର ଲହରି ଖେଳିଯାଇଛି।

- Advertisement -

ସେହିପରି ଜନକ ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ଘର ପ୍ରୟାଗି ଗ୍ରାମରେ। ଅଦମ୍ୟ ପରିଶ୍ରମ ଓ କଠୋର ସାଧନା ଫଳରେ ଆଜି ସେ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଆଣି ଦେଇଛନ୍ତି। ପୂର୍ବରୁ ସେ ଭାରତୀୟ ନୌସେନାରେ କାର୍ଯ୍ୟରତ ଥିଲେ। ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ। ୨୦୨୪ରେ ସେ ସେବାରୁ ଅବସର ଗ୍ରହଣ କରିଥିଲେ। ପରେ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେହି ପରିଶ୍ରମର ଫଳ ରୂପେ ଆଜି ସେ କୃତକାର୍ଯ୍ୟ ହୋଇଛନ୍ତି। ଏହି ସଫଳତା ପାଇଁ ସେ ପିତା କାମରାଜୁ ତରାଇ ଓ ମା ମାଳତୀ ତରାଇ, ଶ୍ଵଶୁର ଅବସରପ୍ରାପ୍ତ କର୍ମଚାରୀ ସୁନୀଲ ବିଶ୍ୱାଳ, ମାମୁଁ, ଓ ଅନ୍ୟ ସମ୍ପର୍କୀୟମାନଙ୍କୁ ଶ୍ରେୟ ଦେଇଛନ୍ତି। ଜନକଙ୍କୁ ଯୁକ୍ତ ୨ରେ ଶିକ୍ଷାଦାନ କରିଥିବା ଅଧ୍ୟାପକ ଇଂ ଗଜେନ୍ଦ୍ର ତରାଇ କହିଛନ୍ତି, ଜନକ ସଦା ସୁଶିଷ୍ଟ, ମେଧାବୀ ଓ ସାହସୀ ଛାତ୍ର ଥିଲେ। ଦେଶସେବା ପରେ ସେ ନିଜର ଦ୍ୱିତୀୟ ପରିଚୟ ପ୍ରଶାସନିକ ସେବା କ୍ଷେତ୍ରରେ ସୃଷ୍ଟି କରିବାକୁ ଯାଉଛନ୍ତି।

ଏହି ଅବସରରେ ଜନକ କହିଛନ୍ତି, “ମୋର ଏହି ସଫଳତାରେ ମୋ ପିତାମାତା, ପରିବାର, ଶିକ୍ଷକ ଓ ଗ୍ରାମବାସୀଙ୍କ ଆଶୀର୍ବାଦ ଓ ସହଯୋଗର ବଡ଼ ଅବଦାନ ରହିଛି। ଆଗାମୀ ଦିନରେ ମୁଁ ସମାଜ ଓ ରାଜ୍ୟ ପାଇଁ ନିଜକୁ ସମର୍ପଣ କରିବି।”

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories