www.samajalive.in
Monday, December 8, 2025
14.1 C
Bhubaneswar

ସାଇବର ଠକେଇ ପାଇଁ ଭଡାରେ ଲାଗୁଛି ବ୍ୟାଙ୍କ ଆକାଉଣ୍ଟ: ୮ ଗିରଫ, ୩୫ ପାସବୁକ ଜବତ

ସମ୍ବଲପୁର: ସାଇବର ଠକେଇ ପାଇଁ ଭଡ଼ାରେ ଲାଗୁଛି ବ୍ୟାଙ୍କ ଆକାଉଣ୍ଟ। ଠକମାନେ ଜନସାଧାରଣଙ୍କୁ ମୋହରା କରି କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏକ ସାଇବର ଠକେଇ ମାମଲାରେ ତଦନ୍ତ ସମୟରେ ସମ୍ବଲପୁର ପୁଲିସକୁ ଏପରି ଚାଞ୍ଚକ୍ୟକର ତଥ୍ୟ ମିଳିଛି। ପୁଲିସ ୮ ଜଣଙ୍କୁ ଗିରଫ କରିବା ସହିତ ୩୫ଟି ପାସବୁକ ଜବତ କରିଛି।

ଏହି ମର୍ମରେ ସମ୍ବଲପୁର ଏସପି ମୁକେଶ ଭାମୁ ସୁଚନା ଦେଇ କହିଛନ୍ତି ଯେ, ଗତ ୨୧ ତାରିଖରେ ଅଇଁଠାପାଲି ଥାନାଞ୍ଚଳରେ ପୁଲିସ ପାଟ୍ରୋଲିଂ ସମୟରେ ସନ୍ଦିଗ୍ଧ ରୂପେ ଘୂରି ବୁଲୁଥିବା ଝାଡ଼ଖଣ୍ଡ ରାଜ୍ୟ ଜାମତାରା ଜିଲା ନିବାସୀ ଅନୀଲ ମଣ୍ଡଲ(୩୭) ନାମକ ଜଣେ ଯୁବକଙ୍କୁ ଧରିଥିଲା। ପୁଲିସ ଯାଞ୍ଚ ସମୟରେ ଅନୀଲ ନିକଟରେ ଥିବା ଏକ ବ୍ୟାଗରୁ ୩୫ଟି ବିଭିନ୍ନ ବ୍ୟାଙ୍କର ପାସବୁକ, ୨ଟି ଚେକ ବୁକ, ୨୨ଟି ଏଟିଏମ କାର୍ଡ, ୫ଟି ସିମ କାର୍ଡ, ନଗଦ ୯୩୦ ଟଙ୍କା, ଏକ ବ୍ୟାଗ ଏବଂ ୨ଟି ନକଲି ଆଧାର କାର୍ଡ ଜବତ କରିଥିଲା। ଏଣୁ ଅଇଁଠାପାଲି ଥାନାରେ ମାମଲା ସଂଖ୍ୟା ୩୧୭/୨୦୨୫ ରୁଜୁ କରାଯାଇ ଅନୀଲଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଥିଲା। ଅଦାଲତଙ୍କ ନିକଟରେ ଅଭିଯୁକ୍ତ ଅନୀଲ କୁମାର ମଣ୍ଡଳଙ୍କୁ ୩ ଦିନର ନ୍ୟାୟିକ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ଗତ ୨୪ ତାରିଖରେ ତାକୁ ରିମାଣ୍ଡରେ ଅଣାଯାଇଥିଲା।

- Advertisement -

ମାମଲାର ତଦନ୍ତ ସମୟରେ ଗିରଫ ହୋଇଥିବା ଯୁବକଙ୍କ ସ୍ଵୀକାରୋକ୍ତି ଅନୁଯାୟୀ, ସେ ଝାରଖଣ୍ଡ ରାଜ୍ୟ ଧାନବାଦର ବିକି ମଣ୍ଡଳ ଏବଂ ସମ୍ବଲପୁର ଜିଲାର କିଛି ବ୍ୟକ୍ତିଙ୍କ ସହିତ ମିଶି ସାଇବର ଠକେଇ ପାଇଁ ଏକ ଷଡଯନ୍ତ୍ର କରିଥିଲେ। ସେମାନେ ଅନେକ ବ୍ୟାଙ୍କ ଆକାଉଣ୍ଟ ନକଲି କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କ ଗୁଡିକରେ ଖୋଲିଥିଲେ । ଉକ୍ତ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ସାଇବର ଠକେଇ ନିମନ୍ତେ ବ୍ୟବହାର କରାଯାଉଥିଲା। ଏହି ଘଟଣାରେ ୧୬ଟି ବ୍ୟାଙ୍କ ଆକାଉଣ୍ଟ ସତ୍ୱାଧିକାରୀ ସାମିଲ ଥିବା ଜଣାପଡିଥିଲା । ଏଣୁ ତୁରନ୍ତ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶାସନ ଥାନାଞ୍ଚଳର ରସିଆପାଲି ନିବାସୀ ଭୀଷ୍ମ ପଧାନ(୨୫), ଜମନକିରା ଥାନାଞ୍ଚଳର ଖରସନମାଲ ନିବାସୀ ପ୍ରମୋଦ ତାଣ୍ଡିଆ(୩୬), ଶାସନ ଥାନାଞ୍ଚଳର ନୁଆତିହୁରା ନିବାସୀ ଉତ୍ତମ ଜଗଦଲା(୩୬), ଅଚ୍ୟୁତା ବିରା(୨୩), ଦେବେନ୍ଦ୍ର ମାଝୀ(୨୫), ଗୌତମ ଜଗଦଲା(୨୯), ପରମାଣପୁର ନିବାସୀ ରିଙ୍କୁ ବାଗ(୩୦) ଏବଂ ଜମନକିରା ଥାନାଞ୍ଚଳର ସରଡାବାହାଲ ନିବାସୀ ଶ୍ରୀକାନ୍ତ ତାଣ୍ଡିଆ(୨୫)ଙ୍କ ସମେତ ସମୁଦାୟ ୮ ଜଣଙ୍କୁ ଗିରଫ କରିଛି।

ଭାମୁ ଆହୁରି କହିଛନ୍ତି ଯେ, ଏହି ମାମଲାର ତଦନ୍ତ ସମୟରେ ଜଣାପଡିଛି ଯେ, ସାଇବର ଠକେଇ ପାଇଁ ବ୍ୟବହାର କରାଯାଉଥିବା ଅନେକ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଜାଣିଶୁଣି କିଛି ବ୍ୟକ୍ତି ସାଇବର ଠକମାନଙ୍କୁ ପ୍ରଦାନ କରୁଛନ୍ତି। ସାଇବର ଠକମାନେ ଏହି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୩ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାଇବର ଠକେଇ କରି ଟଙ୍କା ଗୁଡିକ ଜମା କରାଯିବ ଏବଂ ଏ ସମ୍ପର୍କରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କମିଶନ ବାବଦରେ କିଛି ଟଙ୍କା ପ୍ରଦାନ କରିବେ। ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କମିଶନ ଟଙ୍କା ପ୍ରଦାନ ପରେ ଉକ୍ତ ଆକାଉଣ୍ଟରେ ଥିବା ଟଙ୍କାଗୁଡିକୁ ବାହାର କରାଯାଇଥାଏ। ଏହି ସଙ୍ଗଠିତ ଅପରାଧରେ ଜଣେ ଏଜେଣ୍ଟ (ଅନୀଲ କୁମାର ମଣ୍ଡଲ) କାମ କରୁଥିବାର ଜଣାପଡିଥିଲା। ତାକୁ ଅଇଁଠାପାଲି ଥାନାଞ୍ଚଳରେ ସନ୍ଦିଗ୍ଧ ରୂପେ ଧରାଯିବା ପରେ ତଦନ୍ତ ସମୟରେ ଜଣାପଡିଥିଲା ଯେ, ସେ ମଧ୍ୟ ଜଣେ କମିଶନ ଏଜେନ୍ଟ ଏବଂ ସମସ୍ତ କାର୍ଯ୍ୟ ଝାଡ଼ଖଣ୍ଡ ରାଜ୍ୟର ଜାମତାରା ଜିଲାରୁ ଚାଲୁଥିବାର ଜଣାପଡିଥିଲା। ସେମାନେ ପ୍ରଥମେ ୧୦ ହଜାର ଟଙ୍କା ଦେଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ ଏବଂ ଏହା ପରେ ବିଭିନ୍ନ ନେଣଦେଣ ହେବା ପର୍ଯ୍ୟନ୍ତ ୫ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପ୍ରଦନା କରାଯାଇଥାଏ । ଏହା ପରେ ବଡ ନେଣଦେଣ ହେବା ପରେ ତାଙ୍କୁ କମିଶନ ଦିଆଯାଇଥାଏ । ଏବେ ତଦନ୍ତ ସମୟରେ ଧରା ପଡିଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକ ଯାଞ୍ଚ ସମୟରେ ଜଣାପଡିଛି ଯେ, ଆକାଉଣ୍ଟଧାରୀମାନେ ସେମାନଙ୍କର ବ୍ୟାଙ୍କ ପାସବୁକ, ଚେକ ବୁକ, ଏଟିଏମ କାର୍ଡ, ପିନ ଆଦି ଏଜେଣ୍ଟକୁ ପ୍ରଦାନ କରିଦେଇଥିଲେ। ବ୍ୟାଙ୍କ ଆକାଉଣ୍ଟଗୁଡିକରେ ୧ରୁ ନେଇ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଜମା ହୋଇଥିବାର ଜଣାପଡିଛି। ଏବେ ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ବ୍ୟାଙ୍କ ଜମାଗୁଡିକୁ ଫ୍ରିଜ କରାଯାଇଛି । ବ୍ୟାଙ୍କ ମାନଙ୍କୁ ଆହୁରି ତଥ୍ୟ ମଗାଯାଇଛି ଏବଂ ଏହି ଘଟଣାର ତଦନ୍ତ ଜାରି ରହିଛି । ଯଦି ବ୍ୟାଙ୍କକୁ ବେଶି ଟଙ୍କା ଯିବ ଏବଂ ତାହାକୁ ଏକ ସଙ୍ଗରେ ବାହାର କରିବାକୁ ଉଦ୍ୟମ କରିଲେ, ସାଧାରଣତଃ ଯାଞ୍ଚ ହୋଇଥାଏ । ଏଣୁ ସାଇବର ଠକମାନେ ଛୋଟିଆ ଛୋଟିଆ ଆମାଉଣ୍ଟର ଟଙ୍କା ଜମା କରି ବ୍ୟାଙ୍କ ଓ ଏଜେନ୍ସି ଗୁଡିକୁ ଚକମା ଦେବା ପାଇଁ ପ୍ରୟାସ କରୁଛନ୍ତି । ମୁଖ୍ୟତଃ ଯେଉଁ ବ୍ୟାଙ୍କ ଗୁଡିକରେ କେୱାଇସି ପ୍ରକ୍ରିୟା ସାମାନ୍ୟ ସରଳ, ସେମାନେ ଉକ୍ତ ବ୍ୟାଙ୍କଗୁଡିକରେ ଆକାଉଣ୍ଟ ଖୋଲି ଏଭଳି ଆପରାଧିକ ଗତିବିଧି କରୁଛନ୍ତି ବୋଲି ଶ୍ରୀ ଭାମୁ କହିଛନ୍ତି।

ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ମଣ୍ଡଳ ପୂର୍ବରୁ ରେକି କରିବା ଲାଗି ସମ୍ବଲପୁରରେ ବୁଲି ବୁଲି ଚାହା ବିକ୍ରି ଉଦ୍ଦେଶ୍ୟରେ ଅନେକବାର ଆସି କାମ କରିଛି । ଏହା ପରେ ସେ ବିଭିନ୍ନ ଲୋକଙ୍କ ସହିତ ସମ୍ପର୍କରେ ଆସି ସେମାନଙ୍କୁ ଅଧିକ ଲାଭର ଆଶା ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର ଠକମାନଙ୍କୁ ପ୍ରଦାନ କରୁଥିଲା । ଏଥି ସହ ସାଇବର ଠକର ଶିକାର ହୋଇଥିବା ଶାସନ ଥାନାଞ୍ଚଳର ନୁଆତିହୁରା ନିବାସୀ ଅଚ୍ୟୁତ ବିରା (୨୩) ମଧ୍ୟ ଏହି ଏଜେଣ୍ଟ ସହିତ ସମ୍ପର୍କରେ ଆସି ବ୍ୟାଙ୍କ ଆକାଉଣ୍ଟ ଚେନକୁ ଆଗକୁ ବୃଦ୍ଧି କରିବାରେ ସହାୟତା କରିଥିବାର ଜଣାପଡିଛି ବୋଲି ଜିଲା ଏସପି କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ତୁଫାନ ବାଗ, ଅଇଁଠାପାଲି ଥାନା ଏସଆଇ ଯଯାତି କେଶରୀ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories