www.samajalive.in
Monday, December 8, 2025
14.1 C
Bhubaneswar

ନିଯୁକ୍ତ ହେଲେ ଜିଲା କଂଗ୍ରେସ କମିଟି ସଭାପତି

ଭୁବନେଶ୍ବର: କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନଙ୍କୁ ନିଯୁକ୍ତ କରାଯାଇଛି । ପ୍ରତି ଜିଲ୍ଲା ପାଇଁ ଥିବା ଏଆଇସିସି ପର୍ଯ୍ୟବେକ୍ଷକମାନଙ୍କ ଦ୍ବାରା କରାଯାଇଥିବା ସମୀକ୍ଷା, ବିଭିନ୍ନ ପଦାଧିକାରୀ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ମିଳିଥିବା ରିପୋର୍ଟ ଆଧାରରେ ଏବଂ ପ୍ରତି ପର୍ଯ୍ୟବେକ୍ଷକଙ୍କ ସହ ହୋଇଥିବା ବୈଠକ ପରେ କଂଗ୍ରେସ ସଭାପତି ଏସବୁ ନାମଗୁଡ଼ିକୁ ମଂଜୁରୀ ଦେଇଛନ୍ତି।

ଅନୁଗୁଳ ପାଇଁ ସୁନୀଲ ପ୍ରଧାନ ଜିଲ୍ଲା ସଭାପତି ନିଯୁକ୍ତ ହୋଇଛନ୍ତି । ବାଲେଶ୍ୱର ପାଇଁ ସତ୍ୟଶିବ ଦାସ ଓ ବରଗଡ଼ ପାଇଁ ହରଦୀପ ସିଂ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଭଦ୍ରକ ପାଇଁ ନଳିନୀକାନ୍ତ ମହାନ୍ତି, ଭୁବନେଶ୍ୱର ପାଇଁ ପ୍ରକାଶ ଚନ୍ଦ୍ର ଜେନା, ବଲାଙ୍ଗିର ପାଇଁ ଅନିଲ ମେହେର ଓ ବୌଦ୍ଧ ପାଇଁ ବିନ୍ଧ୍ୟା ବିନୀ ସାହୁ ଜିଲ୍ଲା ସଭାପତି ହୋଇଛନ୍ତି । କଟକ ପାଇଁ ପ୍ରଦୀପ୍ତ କୁମାର ଦାସ ଓ କଟକ ସହର ପାଇଁ ଗିରିବଳା ବେହେରା ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦେବଗଡ଼ ପାଇଁ ସେମ ହେମରାମ, ଢେଙ୍କାନାଳ ପାଇଁ ଛବିରାଜ ବିଶ୍ୱାଳ, ଗଜପତି ପାଇଁ ଦାଶରଥି ଗୋମାଙ୍ଗୋ, ଗଞ୍ଜାମ ପୂର୍ବ ପାଇଁ ରଶ୍ମିରଞ୍ଜନ ପଟ୍ଟନାୟକ ଓ ଗଞ୍ଜାମ ପଶ୍ଚିମ ପାଇଁ ରମେଶ ଚନ୍ଦ୍ର ଜେନା ଜିଲ୍ଲା ସଭାପତି ହୋଇଛନ୍ତି।

- Advertisement -

ଜଗତସିଂହପୁର ପାଇଁ ଦେବପ୍ରସାଦ ନାୟକ, ଯାଜପୁର ପାଇଁ ମଗୁଣି ବଟକୃଷ୍ଣ ଜେନା, ଝାରସୁଗୁଡ଼ା ପାଇଁ ଜୀବନ ସାର୍ଥକ ଦାସ ଓ କଳାହାଣ୍ଡି ପାଇଁ ଜଲନ୍ଧର ନାୟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। କନ୍ଧମାଳ ପାଇଁ ଚନ୍ଦ୍ରଶେଖର ପରିଡ଼ା, କେନ୍ଦ୍ରାପଡ଼ା ପାଇଁ ଡା. ଦେବସ୍ମୃତା ଶର୍ମା, କେନ୍ଦୁଝର ପାଇଁ ମନୋଜ କୁମାର ଜେନା ଓ ଖୋର୍ଦ୍ଧା ପାଇଁ ରଜୀବ କୁମାର ପଟ୍ଟନାୟକ, କୋରାପୁଟ ପାଇଁ ରୂପକ ତୁରୁକ, ମାଲକାନଗିରି ପାଇଁ ଜି. ଶ୍ରୀନିବାସ ରାଓ, ମୟୂରଭଞ୍ଜ ପୂର୍ବ ପାଇଁ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ମୟୂରଭଞ୍ଜ ପଶ୍ଚିମ ପାଇଁ ଭୂଷଣ ବିହାରୀ ସାହୁ, ନବରଙ୍ଗପୁର ପାଇଁ ଡା. ଲିପିକା ମାଝି, ନୟାଗଡ଼ ପାଇଁ ରଞ୍ଜିତ ଦାସ, ନୂଆପଡ଼ା ପାଇଁ ଘାସୀ ରାମ ମାଝି ଓ ପୁରୀ ପାଇଁ ରାଜେଶ କୁମାର ମିଶ୍ର ଜିଲ୍ଲା ସଭାପତି ହୋଇଛନ୍ତି। ରାୟଗଡ଼ା ପାଇଁ ଅପ୍ପଲା ସ୍ୱାମୀ କାଦ୍ରକା, ରାଉରକେଲା ପାଇଁ ସବିର ହୁସେନ, ସମ୍ବଲପୁର ପାଇଁ ଅମିତ କୁମାର ଗୁରୁ, ସୁବର୍ଣ୍ଣପୁର ପାଇଁ ବିନୋଦ ପତ୍ର ଓ ସୁନ୍ଦରଗଡ଼ ପାଇଁ ନିର୍ମଳ ଚନ୍ଦ୍ର ନାଇକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories