www.samajalive.in
Sunday, December 14, 2025
14.1 C
Bhubaneswar

ଓସିଏସ ପରୀକ୍ଷା: ସପ୍ତମ ସ୍ଥାନରେ କଳାହାଣ୍ଡିର ଶୈଳେଶ

ଭବାନୀପାଟଣା: ଶୁକ୍ରବାର ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡିର ଶୈଳେଶ ଭୋଇ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ଧର୍ମଗଡ ବାସିନ୍ଦା ଶୈଳେଶ କର୍ଣ୍ଣାଟକରେ କାନାରା ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ହେଲେ ସେ ଓଏଏସ ପରୀକ୍ଷା ପାଇଁ ସେ ଚାକିରି ଛାଡ଼ିଥିଲେ। କୌଣସି କୋଚିଂ ସେଣ୍ଟରରେ ନାମ ଲେଖାଇବା ବଦଳରେ ସାମାଜିକ ଗଣମାଧ୍ୟମ ଏବଂ ଅନଲାଇନ୍ କୋଚିଂରୁ ଶିକ୍ଷା ଗ୍ରହଣ କରି ସେ କୃତକାର୍ଯ୍ୟ ହୋଇଥିବା ସ୍ଵୀକାର କରିଛନ୍ତି।

ଶୈଳେଶ ଧର୍ମଗଡ ସରସ୍ଵତୀ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବ୍ରହ୍ମପୁର ସରସ୍ଵତୀ ଶିଶୁ ମନ୍ଦିରରେ ଯୁକ୍ତ ଦୁଇ ଏବଂ ଭୁବନେଶ୍ୱର ବିଜେବି କଲେଜରେ ଯୁକ୍ତ ୩ ପାଠ ପଢିଥିଲେ। ପରେ ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତ ହୋଇ କାନାରା ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ। ବ୍ୟାଙ୍କ୍ ରେ କାର‌୍ୟ୍ୟ କରିବା ସହିତ ସେ ଅନଲାଇନରେ ଓଏଏସ ପାଇଁ ପ୍ରସ୍ତୁତ ହେଉଥିଲେ। ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ହାଇସ୍କୁଲରେ ଶିକ୍ଷକତା କରୁଥିବା ନିରଞ୍ଜନ ଭୋଇ ଏବଂ ମାଆ ଗୀତାଞ୍ଜଳି ଭୋଇଙ୍କ ବଡ଼ ପୁଅ ଶୈଳେଶ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ଯୋଗୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories