ଗାଧୁଆଘରୁ ଟିଭି କଳାକାର ଆଦିତ୍ୟ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର – ମୃତ୍ୟୁର କାରଣ ଅସ୍ପଷ୍ଟ

ମୁମ୍ବଇ – ଲୋକପ୍ରିୟ ଟିଭି କଳାକାର ଆଦିତ୍ୟ ସିଂ ରାଜପୁତଙ୍କର ମୃତ୍ୟୁ । ତାଙ୍କ ଫ୍ଲାଟର ଗାଧୁଆ ଘରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ହୃଦଘାତ କିମ୍ବା ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

ଗତକାଲି ରାତିରେ ନିଜ ଫ୍ଲାଟରେ ଆଦିତ୍ୟ ପାର୍ଟି କରିଥିଲେ । ରବିର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ତାଙ୍କ ସାଙ୍ଗଙ୍କ ସହ ପାର୍ଟି କରିଥିଲେ । ତାଙ୍କ ଇନଷ୍ଟାଗ୍ରାମରେ ସେ ପାର୍ଟିର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ । ଅନ୍ଧେରୀରେ ଥିବା ତାଙ୍କ ଘରେ ସେ ପାର୍ଟି କରୁଥିବାର ବିଭିନ୍ନ ଫଟୋ ସେୟାର କରିଥିଲେ । ସୋମବାରରେ ତାଙ୍କ ସହ ଯୋଗାଯୋଗ ହୋଇ ନପାରିବାରୁ କିଛି ସାଙ୍ଗ ଆସିଥିଲେ । ସେ ଗାଧୁଆଘରେ ପଡିଥିବା ଦେଖି ସେଠାରେ ଥିବା ସୁରକ୍ଷା କର୍ମୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ଆଦିତ୍ୟ ୩୦୦ ଅଧିକ ବିଜ୍ଞାପନ ସହ ଅନେକ ସିନେମାରେ କାମ କରିଛନ୍ତି ।

Comments are closed.