www.samajalive.in
Monday, December 8, 2025
16.1 C
Bhubaneswar

ରାଶି ଅନୁସାରେ କଇଁଛ ରଖିବାର ଶୁଭଫଳ

ପ୍ରାୟ ସମସ୍ତ ବ୍ୟକ୍ତି ବାସ୍ତୁଶାସ୍ତ୍ରକୁ ମାନିଥାନ୍ତି। ସେହିପରି ଫେଙ୍ଗସୁଇକୁ ମାନି ମଧ୍ୟ ଅନେକ କାର୍ଯ୍ୟ କରିଥାନ୍ତି। ଫେଙ୍ଗସୁଇର କିଛି ଉପାୟ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଫେଙ୍ଗସୁଇ ଅନୁସାରେ କଇଁଛ ରଖିବା ଦ୍ୱାରା ଘରେ ହେଉଥିବା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ରାଶି ଅନୁସାରେ କଇଁଛ ରଖିବା ଦ୍ୱାରା ଜୀବନରେ ଅନେକ ଉନ୍ନତି ହୋଇଥାଏ। ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ପ୍ରକାର କଇଁଛ ରଖିବା ଉଚିତ୍‍ ..
ମେଷ: ଏହି ରାଶିର ବ୍ୟକ୍ତିମାନେ ଘରର ମନ୍ଦିରରେ କଇଁଛ ରଖିବା ଉଚିତ୍‍। ମନ୍ଦିରରେ ମାଟିର କଇଁଛ କିମ୍ବା ସ୍ଫଟିକ ରଙ୍ଗର କଇଁଛ ମୂର୍ତ୍ତି ରଖିବା ଶୁଭ ହୋଇଥାଏ। ପ୍ରତିଦିନ ସକାଳେ ଏହାର ପୂଜା କରନ୍ତୁ।
ବୃଷ: ଏହି ରାଶିର ବ୍ୟକ୍ତି ମାନେ ସବୁଜ ରଙ୍ଗର କଇଁଛ ଶୋଇବା ଘରେ ରଖନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ମିଥୁନ: ଏହି ରାଶିର ବ୍ୟକ୍ତିମାନେ ପୂଜା ଘରେ ଅଳ୍ପ-ମାଟିଆ ରଙ୍ଗର କଇଁଛ ରଖନ୍ତୁ। କଇଁଛ ମାଟିରେ ହୋଇଥିଲେ ମଧ୍ୟ ଅନେକ ଶୁଭ ହୋଇଥାଏ।
କର୍କଟ: ମନ୍ଦିରରେ ସାଇବାବାଙ୍କ ମୂର୍ତ୍ତି ନିକଟରେ ମାଟିର କଇଁଛ ରଖନ୍ତୁ। ଏହି କଇଁଛ ଆକାଶୀ ରଙ୍ଗର ହୋଇଥିଲେ ଶୁଭ ହୋଇଥାଏ।
ସିଂହ: ଏହି ରାଶିର ବ୍ୟକ୍ତି ମାନେ ଲାଲ ରଙ୍ଗର କଇଁଛ ନିଜ ପୂଜା ଘରେ ରଖିବା ଉଚିତ।
କନ୍ୟା: କନ୍ୟା ରାଶିର ବ୍ୟକ୍ତିମାନେ ଫିକା ହଳଦିଆ ରଙ୍ଗର କଇଁଛ ଘରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ।
ତୁଳା: ଏହି ରାଶିର ବ୍ୟକ୍ତିମାନେ ନିଜ ପାଠପଢା ଘରେ ହଳଦିଆ ରଙ୍ଗର କଇଁଛ ରଖିବା ଉଚିତ୍‍।
ବିଛା: ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ପାଇବା ପାଇଁ ଦୋକାନରେ ପୂଜା ସ୍ଥାନରେ ନୀଳ ରଙ୍ଗର କଇଁଛ ରଖିବା ଉଚିତ୍‍।
ଧନୁ: ଘରେ ଅସୁବିଧା ଲାଗି ରହୁଥିଲେ ଏହି ରାଶିର ବ୍ୟକ୍ତିମାନେ ପୂଜା ସ୍ଥାନରେ ହଳଦିଆ ରଙ୍ଗର କଇଁଛ ମୂର୍ତ୍ତି ରଖନ୍ତୁ।
ମକର: ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଏହି ରାଶିର ବ୍ୟକ୍ତିମାନେ କଳା ରଙ୍ଗର କଇଁଛକୁ ଏକ ପାତ୍ରରେ ପାଣି ଭର୍ତ୍ତି କରି ରଖିବା ଉଚିତ୍‍।
କୁମ୍ଭ: ଏହି ରାଶିର ବ୍ୟକ୍ତିମାନେ ଭୋଜନ କକ୍ଷରେ ସବୁଜ ରଙ୍ଗର ମାଟି କଇଁଛ ରଖିବା ଦ୍ୱାରା ଶୁଭଫଳ ପାଇଥାନ୍ତି।
ମୀନ: ଏହି ରାଶିର ବ୍ୟକ୍ତିମାନେ ବୈଠକ ଗୃହରେ ଧଳା ରଙ୍ଗର କଇଁଛ ରଖିବା ଉଚିତ୍‍।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories