ଜାମ୍ମୁ କାଶ୍ମୀର ସୀମାରେ ସୁଢଙ୍ଗ ଠାବ

0

ଶ୍ରୀନଗର : ଶ୍ରୀନଗର : ସୁରକ୍ଷା କର୍ମୀମାନେ ଜାମ୍ମୁ କାଶ୍ମୀର ସୀମାରେ ଏକ ସୁଢଙ୍ଗକୁ ଠାବ୍‍ କରିଛନ୍ତି। ସୀମାରେ ମୁତୟନ ସୁରକ୍ଷା କର୍ମୀଙ୍କୁ ଚକମ୍‍ା ଦେଇ ଆତଙ୍କବାଦୀମାନେ ଏହି ସୁଢଙ୍ଗ ମାଧ୍ୟମରେ ଅନୁପ୍ରବେଶ କରୁଥିଲେ ବୋଲି ସନ୍ଦେହ କରାଯାଉଛି। ଏପରି କି ସୁଢଙ୍ଗ ରାସ୍ତାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ବିଏସ୍‍ଏଫ ମହାନିର୍ଦେଶକ କେକେ ଶର୍ମା ସ୍ୱୀକାର କରିଛନ୍ତି। ଜାମ୍ମୁର ହୀରା ନଗର ମଂଗୁଚକ୍‍ ପୋଷ୍ଟ ନିକଟରେ ଏହି ସୁଢଙ୍ଗକୁ ଠାବ୍‍ କରାଯାଇଛି। ୧୪ ମଇ ରାତିରେ ସେଠାରେ ଏକ ଅନୁପ୍ରେବଶ ଉଦ୍ୟମକୁ ସେନା ଯବାନମାନେ ବିଫଳ କରିଦେଇଥିଲେ। ପରେ ଏହି ସୁଢଙ୍ଗକୁ ଠାବ୍‍ କରାଯାଇଥିଲା। ସୀମାପାର ପାକିସ୍ତାନରେ ଏପରି ଅନେକ ସୁଢଙ୍ଗ ରହିଛି ଓ ଏହି ସୁଢଙ୍ଗ ରାସ୍ତାରେ ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରୁଛନ୍ତି ବୋଲି କୁହାଯାଉଛି। ୬ ବର୍ଷ ମଧ୍ୟରେ ସୀମାରେ ଏପରି ୫ଟି ସୁଢଙ୍ଗକୁ ଠାବ୍‍ କରାଯାଇଛି।

Leave A Reply