ଜାଣନ୍ତୁ,ତୁଳସୀ ଗଛ ଲଗାଇବା ଓ ପତ୍ର ଛିଣ୍ଡାଇବାର ନିୟମ
ହିନ୍ଦୁଧର୍ମ ଅନୁସାରେ ତୁଳସୀ ବୃକ୍ଷର ଏକ ବିଶେଷ ମହତ୍ତ୍ୱ ରହିଛି। ତୁଳସୀ ଗଛକୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ସୁଖଶାନ୍ତି ଓ ସମୃଦ୍ଧିର ବାତାବରଣ ସୃଷ୍ଟି ହୋଇଥାଏ। ଘରେ ଧନର ଅଭାବ ମଧ୍ୟ ରହି ନଥାଏ। ଏହି ଗଛ ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ହିନ୍ଦୁଶାସ୍ତ୍ରରେ ତୁଳସୀ ଗଛର ପତ୍ର ଛିଣ୍ଡାଇବା ଓ ଗଛ ଲଗାଇବାର କିଛି ନିୟମ ରହିଛି। ତାହା ପାଳନ କରିବା ଉଚିତ। ଆସନ୍ତୁ ଜାଣିବା ତୁଳସୀ ଗଛର ପତ୍ର ଛିଣ୍ଡାଇବା ଓ ଗଛ ଲଗାଇବାର କିଛି ନିୟମ:
ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗ ଓ ରୋଷେଇ ଘର ନିକଟରେ ଗଛ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ କରିପାରିବେ ନାହିଁ। ତେଣୁ ଘରର ଉତ୍ତର ଓ ପୂର୍ବ ଦିଗରେ ସର୍ବଦା ତୁଳସୀ ଗଛ ଲଗାଇବା ଉଚିତ।
ଶାସ୍ତ୍ରରେ ତୁଳସୀ ପତ୍ର ଛିଣ୍ଡାଇବା ବେଳେ କିଛି ନିୟମ ରହିଛି। ନିୟମ ଅନୁସାରେ ରବିବାର ଓ ମଙ୍ଗଳବାର ଦିନ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ। ତୁଳସୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ ତେଣୁ ଏହି ଦିନ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ।
ଏକାଦଶୀ,ସଂକ୍ରାନ୍ତି,ସୂର୍ଯ୍ୟ ଗ୍ରହଣ,ଚନ୍ଦ୍ର ଗ୍ରହଣ ଓ ସନ୍ଧ୍ୟା ସମୟରେ କେବେ ମଧ୍ୟ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ।
ଆବଶ୍ୟକ ନ ଥିବା ବେଳେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ।
ତୁଳସୀ ପତ୍ର ଛିଣ୍ଡାଇବା ବେଳେ ମନ୍ତ୍ର ଜାପ କରି ପତ୍ର ଛିଣ୍ଡାଇବା ଆବଶ୍ୟକ।