www.samajalive.in
Sunday, December 7, 2025
23.1 C
Bhubaneswar

ବିପଦ ଆସିବା ପୂର୍ବରୁ ସଚେତନ କରାଏ ତୁଳସୀ

ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିତ୍ତ ରୂପେ ଦେଖିବାକୁ ମିଳେ। ଏହା ଖୁବ୍‍ ପବିତ୍ର। ହେଲେ କ’ଣ ଆପଣ ଜାଣନ୍ତି, ଅନେକ ଗୁଣରେ ଭରପୁର ତୁଳସୀ ଗଛ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍‍ ଉପକାରୀ ହୋଇଥିବା ବେଳେ କୌଣସି ବିପଦ ଆସିବା ପୂର୍ବରୁ ଏହା ଆମକୁ ସଙ୍କେତ ମଧ୍ୟ ଦେଇଥାଏ। ତେବେ ତୁଳସୀ ଗଛ କେଉଁ ଦିଗରେ ରହିବା ଉଚିତ୍‍ ସେ ବିଷୟରେ ସଚେତନ ରହିବା ନିହାତି ଆବଶ୍ୟକ ହୋଇଥାଏ। କାରଣ ଏହି ପବିତ୍ର ଗଛକୁ ସଠିକ୍‍ ଦିଗରେ ଲଗାଇବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହେଉଥିବା ବେଳେ ଭୁଲ୍‍ ସ୍ଥାନରେ ରହିବା ଦ୍ୱାରା ବହୁତ ଅଶୁଭ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ତୁଳସୀ ଗଛ କେଉଁ ସ୍ଥାନରେ ରହିବା ଉଚିତ୍‍ ଓ ଏହା କିପରି ବିପଦର ପୂର୍ବାଭାଷ ଦେଇଥାଏ –

ଏହି ସ୍ଥାନରେ ଲଗାନ୍ତୁ ତୁଳସୀ ଗଛ :

- Advertisement -

ତୁଳସୀ ଗଛ କଦାପି ଦକ୍ଷିଣ ଦିଗରେ ରହିବା ଉଚିତ ନୁହେଁ। ଏଥିସହିତ ଏହା ଏପରି ସ୍ଥାନରେ ରହିବା ଉଚିତ ଯେଉଁଠି ତାହା କାହା ବାଟରେ ଆସୁ ନଥିବ ବା ରାସ୍ତା ଅବରୋଧ କରୁନଥିବ। ଅର୍ଥାତ୍‍ ତୁଳସୀ ଗଛ ସର୍ବଦା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାନ୍ତରେ ରହିବା ଉଚିତ୍‍।

ବିପଦ ଆସିବା ପୂର୍ବରୁ କରିଥାଏ ସଚେତନ :

ତୁଳସୀ ଗଛ ଯଦି ଆପଣଙ୍କ ଘରେ ଅଛି, ତେବେ କୌଣସି ବିପଦ ଆସିବା ପୂର୍ବରୁ ଏହା ଆପଣଙ୍କୁ ସଚେତନ କରାଇଥାଏ ତଥା ସଙ୍କେତ ଦେଇଥାଏ। ଆପଣଙ୍କ ଉପରେ କୌଣସି ବିପତ୍ତି ଆସିବାର ଥିଲେ ଘରେ ଥିବା ତୁଳସୀ ଗଛ ଶୁଖିବାକୁ ଲାଗେ ନହେଲେ ତାହାର ରଙ୍ଗ ବଦଳିବାକୁ ଲାଗେ। ଯଦି ଆପଣଙ୍କ ଉପରେ କୌଣସି ଗ୍ରହର ଅଶୁଭ ପ୍ରଭାବ ପଡ଼ିବାର ଥିବ ତେବେ ତୁଳସୀ ଗଛର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଥାଏ। ତେଣୁ ବିପଦ ଆସିବାର ଥିଲେ ତୁଳସୀ ଗଛ ଶୁଖିବାକୁ ଲାଗେ ଓ ଶୁଭ ପ୍ରଭାବ ଥିଲେ ଗଛ ଶସ୍ୟ ଶ୍ୟାମଳା ହୋଇଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories