www.samajalive.in
Tuesday, December 9, 2025
15.1 C
Bhubaneswar

ତୁଳସୀ ବିଷୟରେ କିଛି ଜଣା ଅଜଣା କଥା

ସଭିଁଙ୍କ ଘର ଅଗଣାରେ ଆପଣ ତୁଳସୀ ବୃକ୍ଷ ନିଶ୍ଚୟ ଦେଖିଥିବେ। ଏହାକୁ ପୂଜା କରାଯିବା ସହ ଏକ ଔଷଧୀୟ ବୃକ୍ଷ ବୋଲି ମଧ୍ୟ କୁହାଯାଏ। ଏହାକୁ ବହୁ ପାମ୍ପରିକ ରୂପରେ ଆୟୁର୍ବେଦିକ ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଜାଣନ୍ତୁ ….
– ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
– ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।
– ଓଜନ ହ୍ରାସ କରିବା ପାଇଁ ଏହା ଏକ ପ୍ରାକୃତିକ ଉପଚାର।
– ଏଥିରେ ଆବଶ୍ୟକ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି।
– ଏହାସହ ତୁଳସୀ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ, ଫସଫରସ, ଭିଟାମିନ ସିର ଏକ ଉତ୍ତମ ସ୍ରୋତ।
– ନିୟମିତ ତୁଳସୀ ଚା’ ପିଇବା ଦ୍ୱାରା , ଖାଲି ପେଟରେ ୩ ରୁ ୪ଟି ତୁଳସୀ ପତ୍ର ଖାଇବା ଦ୍ୱାରା କିମ୍ବା ତୁଳସୀ ପତ୍ର ପାଣି ପିଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ରଖିବା ପାଇଁ ବେଶ ସହାୟକ ହୋଇଥାଏ।
– ତୁଳସୀ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ।
– ଓଜନ ପାଇଁ ଏହି ପ୍ରକାରେ ତୁଳସୀକୁ ବ୍ୟବହାର କରନ୍ତୁ….
– ଏକ ପାତ୍ରରେ ଏକ ଗ୍ଲାସ ପାଣିରେ ତୁଳସୀର ୪ ରୁ ୫ଟି ପତ୍ର ପକାଇ ବତୁରାଇ ରଖନ୍ତୁ। ସକାଳେ ଏହାକୁ ଛାଣି ପିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories