www.samajalive.in
Friday, December 5, 2025
20.1 C
Bhubaneswar

ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ , ପ୍ରାପ୍ତି ହୋଇଥାଏ ସୁଖସମୃଦ୍ଧି

ପ୍ରାତଃ କାଳରେ ତୁଳସୀ ବୃକ୍ଷ ଠାରେ ଜଳ ଅର୍ପଣ କରି ପରିକ୍ରମା କଲେ , ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।

ସନ୍ଧ୍ୟା ସମୟରେ ଘିଅର ଦୀପ ଲଗାଇଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

- Advertisement -

କାର୍ତ୍ତିକ ମାସରେ ତୁଳସୀଙ୍କ ପୂଜା,ବିବାହ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।

ତୁଳସୀ ପତ୍ରକୁ ସର୍ବଦା ସକାଳ ସମୟରେ ତୋଳିବା ଉଚିତ। ସନ୍ଧ୍ୟା ସମୟରେ ତୋଳିବା ଅନୁଚିତ।

ତୁଳସୀଙ୍କର ବିଶେଷ ପ୍ରୟୋଗ –

ପ୍ରଭୁ ହନୁମାନଙ୍କୁ ମଙ୍ଗଳବାର ଦିନ ତୁଳସୀପତ୍ରର ମାଳା ଚଢାଇବା ଖୁବ ଶୁଭ ଅଟେ। ଏହା ଦ୍ୱାରା ଧାରକରଜର ସମସ୍ୟା ଦୂର ହୋଇଥାଏ।

ଭଗବାନ କୃଷ୍ଣଙ୍କୁ ନିୟମିତ ତୁଳସୀ ଅର୍ପଣ କରିବା ଦ୍ୱାରା ଜ୍ଞାନର ବୃଦ୍ଧି ହୋଇଥାଏ ।

ଭୋଜନ ପ୍ରସ୍ତୁତ କରିବା ପରେ ସେଥିରେ ତୁଳସୀ ପତ୍ର ପକାଇଲେ ଖାଦ୍ୟ ନିଅଣ୍ଟ ହୋଇ ନଥାଏ।

ତୁଳସୀର ମାଳା ଧାରଣ କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

ତୁଳସୀ ପତ୍ରର ରୋଗ ପ୍ରତିରୋଧକ କ୍ଷମତା ରହିଛି ।

ଏହାକୁ ନିୟମିତ ଖାଇଲେ ଥଣ୍ଡା, କାଶ, କଫ ଭଳି ରୋଗରୁ ସହଜରେ ମୁକ୍ତି ମିଳିଥାଏ।

ତୁଳସୀ ପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯାଦ୍ୱାରା ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ମଧ୍ୟ ତୁଳସୀ ପତ୍ର ଖାଇବା ଦ୍ୱାରା ରୋଗରୁ ଶୀଘ୍ର ମୁକ୍ତି ମିଳିଥାଏ।

ଯେଉଁ ସମସ୍ତ ସ୍ଥାନରେ ତୁଳସୀ ଗଛ ଲଗାଯାଏ, ସେଠାରେ ସକରାତ୍ମକ ଶକ୍ତି ରହିଥାଏ।

ତୁଳସୀ ପୂଜାର ମହତ୍ୱ –
ଘରର ଅଗଣାରେ ତୁଳସୀଙ୍କୁ ରଖି ପୂଜା କଲେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଗୃହରେ ସର୍ବଦା ହସଖୁସିର ବାତାବରଣ ରହିଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories