www.samajalive.in
Sunday, December 7, 2025
13.1 C
Bhubaneswar

ବନ୍ଦ ହେବ ତାଳଚେର ଥର୍ମାଲ ପ୍ଲାଣ୍ଟ ! ୩୧ ଡ଼ିସେମ୍ବରରେ ସରୁଛି ପରିବେଶ ମଞ୍ଜୁରୀ ଅବଧି

ତାଳଚେର: ଏନଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପ୍ଲାଣ୍ଟ(ଟିଟିପିଏସ)ର ପରିବେଶ ମଞ୍ଜୁରୀ ଅବଧି ଡିସେମ୍ବର ୩୧ରୁ ଶେଷ ହୋଇଯାଉଥିବାରୁ ଏହି ବିଦ୍ୟୁତ ପ୍ରକଳ୍ପ ଉକ୍ତ ଦିନ ମଧ୍ୟ ରାତ୍ରୀରୁ ବନ୍ଦ ହୋଇଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ବିଦ୍ୟୁତ ପ୍ରକଳ୍ପ ବନ୍ଦ ହୋଇଗଲେ ରାଜ୍ୟରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବା ସହିତ ଅନେକ ଅଞ୍ଚଳ ଅନ୍ଧାର ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।

ତାଳଚେର ଥର୍ମାଲ ପ୍ଲାଣ୍ଟର ୬ଟି ୟୁନିଟ୍‌ରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇ ଆସୁଛି।  ଓଡ଼ିଶାକୁ ଏହି ଉତ୍ପାଦିତ ବିଦ୍ୟୁତ ଯୋଗାଇ ଦିଆଯାଉଛି। ନୂତନ ପରିବେଶ ମଞ୍ଜୁରୀ ଏ ପର୍ଯ୍ୟନ୍ତ ମିଳି ନଥିବାରୁ ତାଳ​ଚେର ଥର୍ମାଲ ଓ ଏନଟିପିସି କର୍ତ୍ତୃପକ୍ଷ ଆଶା ଆଶଙ୍କାରେ ରହିଥିବା ଜଣାପଡ଼ିଛି। ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ଳାଣ୍ଟ ଚାଲୁ ରହିବ । ନବବର୍ଷଠାରୁ ପରିବେଶ ମଞ୍ଜୁରୀ ନମିଳିଲେ ବାଧ୍ୟ ହୋଇ ପ୍ଳାଣ୍ଟରୁ ବିଦ୍ୟୁତ ଉତ୍ପାଦନକୁ ବନ୍ଦ କରିଦିଆଯିବ ବୋଲି ଥର୍ମାଲର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ତାଳଚେରର ଏହି ତାପଜ ବିଦ୍ୟୁତ ପ୍ରକଳ୍ପ ୫୩ ବର୍ଷ ହେଲା ରାଜ୍ୟ ବିଦ୍ୟୁତ ବୋର୍ଡ଼ ଦ୍ବାରା ପରିଚାଳିତ ହେଉଥିଲା । ଏହି ବିଦ୍ୟୁତ ପ୍ରକଳ୍ପରେ ବାରମ୍ବାର କ୍ଷତି ଏବଂ ବିଦ୍ୟୁତ ଉତ୍ପାଦନରେ କୌଣସି ଆଖିଦୃଶିଆ ସଫଳତା ନପାଇବାରୁୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ଏକମାତ୍ର ତାପଜ ବିଦ୍ୟୁତ ପ୍ରକଳ୍ପକୁ ଏନଟିପିସିକୁ ବିକ୍ରି କରିଥିଲେ।  ୧୯୯୬ ମସିହା ଜୁନ ୩ରେ ତାଳଚେର ଥର୍ମାଲକୁ ଏନଟିପିସି ଚୁକ୍ତିନାମା ଅନୁଯାୟୀ ଗ୍ରହଣ କରିବା ସହିତ ବିଦ୍ୟୁତ ପ୍ରକଳ୍ପର ସମସ୍ତ ଦାୟିତ୍ବ ନିଜ ହାତକୁ ନେଇଥିଲା। ଏନଟିପିସି ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ତାଳଚେର ଥର୍ମାଲର ବିଦ୍ୟୁତ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ପ୍ଲାଣ୍ଟର ନବୀକରଣ କରି ବିଦ୍ୟୁତ ଉତ୍ପାଦନ ଓ ପ୍ଲାଣ୍ଟ ଲୋଡ଼ ଫ୍ୟାକ୍ଟରରେ ଯଥେଷ୍ଟ ଅଭିବୃଦ୍ଧି ଘଟାଇ ଆସୁଥିଲା। ଏଠାରୁ ଉତ୍ପାଦିତ ବିଦ୍ୟୁତ ଓଡ଼ିଶା ସରକାରଙ୍କୁ ଦେଇ ଆସୁଥିଲା।

ତାଳଚେର ଥର୍ମାଲର ପ୍ରଥମ ଷ୍ଟେଜ ୬୦ ମେଗାୱାଟ ବିଶିଷ୍ଟ ଚାରୋଟି ୟୁନିଟରୁ ୨୪୦ ମେଗାୱାଟ ଏବଂ ଦ୍ବିତୀୟ ଷ୍ଟେଜର ୧୧୦ ମେଗାୱାଟ ବିଶିଷ୍ଟ ଦୁଇଟି ୟୁନିଟରୁ ୨୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଆସୁଛି। ୫୦ ବର୍ଷର ଏହି ପୁରୁଣା ପ୍ଳାଣ୍ଟକୁ ନୂତନ ଭାବେ ନିର୍ମାଣର ନିଷ୍ପତ୍ତି ନିଆଯାଇଥିବାବେଳେ ଏଥିରୁ କେବଳ ଦୁଇଟିି ୟୁନିଟ ରହିବା ସହିତ ପ୍ରତି ୟୁନିଟ ୬୬୦ ମେଗାୱାଟ ବିଶିଷ୍ଟ ୟୁନିଟ ରଖାଯିବ ଏବଂ ସମୁଦାୟ ୧୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ପ୍ଳାଣ୍ଟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ଯାଇଥିଲାବେଳେ ଏହାର ଖର୍ଚ୍ଚ ବାବଦରେ ୯ ହଜାର କୋଟି ବ୍ୟୟ ଅଟକଳ ରଖାଯାଇଥିଲା । କିନ୍ତୁ ଦୀର୍ଘବର୍ଷ ହେଲା ପ୍ଳାଣ୍ଟର ନିର୍ମାଣ କାର୍ଯ୍ୟର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନହେବାରୁ ଟେଣ୍ଡର ନେଇଥିବା ବିଏଚଇଏଲ କମ୍ପାନୀ ଠିକା କାର୍ଯ୍ୟରୁ ଓହରି ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ତାଳଚେର ପ୍ଳାଣ୍ଟର ମହାପ୍ରବନ୍ଧକ ଡି.ଏଲ. ତିୱାରୀଙ୍କୁ ଯୋଗାଯୋଗ କରିବାରୁ ଥର୍ମାଲ ପ୍ଳାଣ୍ଟର ପରିବେଶ ମଞ୍ଜୁରୀ ମିଳିନାହିଁ କିମ୍ବା ବର୍ତ୍ତମାନ ନୂତନ ପ୍ଳାଣ୍ଟ ନିର୍ମାଣର ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଆମ ନିକଟରେ କିଛି ସୂଚନା ନାହିଁ ବୋଲି ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories