www.samajalive.in
Sunday, December 7, 2025
23.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ : ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ସକାଶେ ବୁଧବାର ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ୍‍ କରାଯାଉଛି । ଆସନ୍ତା ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ । ଇତି ମଧ୍ୟରେ ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ଶେଷ ହେବା ପରେ ଜାତୀୟ ରାଜଧାନୀରେ ରାଜନୈତିକ ଗତିବିଧି ସରଗରମ ହୋଇ ଉଠିଛି । ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହଙ୍କ ସୂଚନା ଅନୁସାରେ ୮୪୨ ଜଣ ପୁରୁଷ ଓ ୧୮୭ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୦୨୯  ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଟ ୧୦୨୯ ଜଣ ପ୍ରାର୍ଥୀ ୧୫୨୮ଟି ମନୋନୟନ ପତ୍ର ଦାଖଲ କରିଛନ୍ତି।
ମଙ୍ଗଳବାର ଶେଷ ଦିବସରେ ୮୦୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‍ ନୂଆଦିଲ୍ଲୀ ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଆସନ ପାଇଁ ବିଜେପି ପକ୍ଷରୁ ସୁନିଲ୍‍ ଯାଦବ ଓ କଂଗ୍ରେସ ପକ୍ଷରୁ ରମେଶ ସଭର୍‍ୱାଲ୍‍ ପ୍ରାର୍ଥୀ ହୋଇଛନ୍ତି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାପାଇଁ  ଫେବୃୟାରୀ ୮ ତାରିଖରେ ମତଦାନ ଅନୁଷ୍ଠିତ ହେବ ଓ ୧୧ ତାରିଖରେ ଭୋଟ୍‍ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories