www.samajalive.in
Sunday, December 7, 2025
26.1 C
Bhubaneswar

ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ଧନୀ ହେବା ସହ କିଣିବେ ନୂଆ ଘର !

ମେଷ: ସଦାସର୍ବଦା ମାତୃ ସ୍ନେହ ମିଳିବ। ରାଜନୀତି ଓ କୂଟନୀତିରେ ଉଚ୍ଚାସନ ଲାଭ କରିପାରନ୍ତି। ବିଦେଶରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟାବାନ୍‌, ପ୍ରଜ୍ଞାଶୀଳ ଓ ଶାସ୍ତ୍ରଜ୍ଞ ହେବେ। ​‌ସୁସ୍ଥ ଓ ନିରାମୟ ରହିବେ।
ବୃଷ: କଠିନ ପରିଶ୍ରମୀ ହୋଇପାରନ୍ତି। ଶ୍ଵଶୁର ଘରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ରାଜନୀତିଜ୍ଞ ହେବେ। ଭିଟାମାଟି ଛାଡ଼ି ଅନ୍ୟ ସ୍ଥାନରେ ଗୃହ ନିର୍ମାଣ କରିବେ। ପତ୍ନୀଙ୍କ ଯୋଗଁୁ ଅନେକ ସମସ୍ୟାରୁ ମୁକ୍ତ ହେବେ।
ମିଥୁନ : ଯଶସ୍ବୀ ହେବେ। ବଡ଼ ବିପଦରେ ମଧ୍ୟ ଧୈର୍ଯ୍ୟହରା ହେବେ ନାହିଁ। ଧନୀ ଓ ମହାଜନ ହୋଇପାରନ୍ତି। ପତ୍ନୀ କର୍ମଠ ଓ ଗୃହ କର୍ମ ନିପୁଣା ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।

କର୍କଟ:ପରୋପକାରୀ ହେବେ। ଶତ୍ରୁନାଶକ ହୋଇପାରନ୍ତି। ଭୂତତ୍ତ୍ବ କିମ୍ବା ଖଣି ବିଭାଗରେ ଅଧିଷ୍ଠିତ ହୋଇପାରନ୍ତି। ବିପଦ ପଡ଼ିଲେ ବି ଶୀଘ୍ର ଉଦ୍ଧାର ହେବ। ପତ୍ନୀ ଭାଗ୍ୟବତୀ ହେବେ। ବିବାହ ପରେ ଭାଗ୍ୟୋଦୟ ହେବ।
ସିଂହ : ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରଙ୍କଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଆତ୍ମଶକ୍ତିଯୁକ୍ତ ଓ ଧାର୍ମିକ ପ୍ରବୃତ୍ତିର ହେବେ।

- Advertisement -

କନ୍ୟା:ଶତ୍ରୁନାଶକ ହେବେ। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ଉତ୍ତମ ପରାମର୍ଶଦାତା ହେବେ। ଭାଗ୍ୟବାନ୍‌ ହେବେ। ଈଶ୍ବର ବିଶ୍ବାସୀ ହେବେ।
ତୁଳା: ନ୍ୟାୟ ପ୍ରିୟ ହେବେ। ଅନୁସନ୍ଧାନକାରୀ ହେବେ। ଏକାଧିକ ପୁତ୍ରଙ୍କ ଜନକ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଦେବୀ ଭକ୍ତ ଓ ଉତ୍ତମ ଲେଖକ ହେବେ। ପରିବାରର ମୁଖ୍ୟ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ।
ବିଛା: ଧନୀ ହେବେ। ଉତ୍ତମ ଗୃହ ନିବାସୀ ହେବେ। ବିଦେଶରେ ଯଶ ଅର୍ଜନ କରିବେ। ସୁନାମ ଅର୍ଜନ କରିବେ। ଯତ୍ନବାନ୍‌ ହେବେ। ପୈତୃକ ଧନ ଲାଭ ହେବ। ପିତୃମାତୃ ଭକ୍ତ ହେବେ। ରାଜନୀତିରେ ନେତୃତ୍ବ ନେବେ।
ଧନୁ: ଦୀର୍ଘାୟୁ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ନିର୍ବାଚନ ଜିତିପାରନ୍ତି। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ଓ ସଂଯମୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ।
ମକର: କୋଇଲା, ଚମଡ଼ା, ତୈଳାଦି ବ୍ୟବସାୟରୁ ଧନ ଅର୍ଜନ କରିପାରନ୍ତି। ଗୁରୁ ଭକ୍ତ ହେବେ। କଠିନ ପରିଶ୍ରମୀ ହେବେ। ପୈତୃକ ସମ୍ପତ୍ତି ଭୋଗକାରୀ ହୋଇପାରନ୍ତି। ଧର୍ମ ବିଶ୍ବାସୀ ହେବେ।

କୁମ୍ଭ:ଧନବାନ୍‌ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ରାଜନୀତିଜ୍ଞ ଓ ଶତ୍ରୁ ବିନାଶକ ହେବେ। କଠିନ ପରିଶ୍ରମ କରି ଧନ ଅର୍ଜନ କରିବେ। ନୀତିନିଷ୍ଠ ହେବେ। ଅନ୍ୟାୟର ପ୍ରତିବାଦ କରି ବାସନ୍ଦ ଦଶା ଭୋଗ କରିପାରନ୍ତି।
ମୀନ:ପ୍ରଭାବଶାଳୀ ହେବେ। ପୁରୁଷାର୍ଥୀ ହେବେ। ପ୍ରବୀଣ ଶାସ୍ତ୍ରଜ୍ଞ ହେବେ। ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ସୌଭାଗ୍ୟଶାଳୀ ହେବେ। କୃଷି କର୍ମରେ ଭଲ ଲାଭ ପ୍ରାପ୍ତ ହେବ। ସେବା କାର୍ଯ୍ୟରେ ନିଜକୁ ସାମିଲ କରିବେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories