www.samajalive.in
Monday, December 15, 2025
24.1 C
Bhubaneswar

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ବିକେନ୍ଦ୍ରୀକରଣ ଓ ସୁବନିଯୋଗ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଦାମ୍ପତ୍ୟ ସୁଖ ମିଳିବ।
ବୃଷ: ଅର୍ଥ ଟାଣଟୁଣ ରହିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୈନିକ କାର୍ଯ୍ୟରେ ବିଘ୍ନ ଘଟିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବେ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ। ନାନା ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନ କରିବେ।
କର୍କଟ: ଭାଇମାନଙ୍କ ସହଯୋଗରୁ ଶତ୍ରୁକୁ ପରାଜିତ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସ୍ବଳ୍ପ ଆୟକୁ ଆକଳନ କରି ବ୍ୟୟକୁ ସୀମିତ କରିପାରନ୍ତି। ସୁସ୍ଥ ରହିବେ।
ସିଂହ:ବିଦ୍ୟାଦାନର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମଧୁର କଥା ଓ ଉତ୍ତମ ବ୍ୟବହାର ଯୋଗୁଁ ସମସ୍ତଙ୍କ ପ୍ରିୟପାତ୍ର ହେବେ।
କନ୍ୟା:ପରିଶ୍ରମ କଷ୍ଟଦାୟକ ଓ କଠିନ ହେଲେ ମଧ୍ୟ ତା’ର ମୂଲ୍ୟ ମିଳିବ। କେତେକ ଘଟଣାରେ ଭୁଲ ବୁଝାମଣା ଘଟିପାରେ। କୃଷି କ୍ଷେତରୁ ସଂଗୃହୀତ ଆୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ।
ତୁଳା: ବିଭିନ୍ନ ସୂତ୍ରରୁ ଉତ୍ପନ୍ନ ଆୟ ଆପଣଙ୍କ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିବ। ଦେବ ଦର୍ଶନ ପାଇଁ ଉପୁଜିଥିବା ସମସ୍ତ କଳ୍ମଷ ଦୂର କରିପାରନ୍ତି। ଅଶାନ୍ତିର ଅବସାନ ଘଟିବ। ସମ୍ମାନିତ ହୋଇପାରନ୍ତି।
ବିଛା: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ମତିମାନ୍‌ ହେବେ। ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିଶାଳୀ ହୋଇପାରନ୍ତି। ହୃଷ୍ଟ ଚିତ୍ତ ଓ ରୂପବାନ୍‌ ହେବେ।
ଧନୁ:ଆୟ ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁଙ୍କ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ; ମାତ୍ର ଅତ୍ୟଧିକ ହେଲେ ଅଗ୍ନିମାନ୍ଦ୍ୟର କାରଣ ହୋଇପାରେ। ଚିନ୍ତାଧାରା ଉନ୍ନତ ହେବ।
ମକର:ବିବାଦୀୟ ବିତର୍କରେ ଭାଗ ନ ନେଇ ତର୍କ ପ୍ରତିଯୋଗିତାରୁ ଓହରି ଯାଇପାରନ୍ତି। ପ୍ରତିଶୋଧ ପରାୟଣ ମନୋବୃତ୍ତିର ହୋଇପାରନ୍ତି। ମଧୁର କଥା ଓ ଉତ୍ତମ ବ୍ୟବହାର କରି ପରକୁ ଆପଣାର କରିବେ।
କୁମ୍ଭ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ନିରଳସ ଜୀବନ ଯାପନ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମୀନ : କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଅଧିକାରୀ ହେବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories